Tuesday, June 30, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଖୋର୍ଦ୍ଧାରୁ ଶିଖିବ କି ନୟାଗଡ଼

ଜିଲ୍ଲାରେ ଆଜି ସର୍ବାଧିକ ୩୮୨ ଆକ୍ରାନ୍ତ ଚିହ୍ନଟ

by ସଞ୍ଜୟ ସ୍ୱାଇଁ
May 20, 2021
in Feature News, Nayagarh
ଖୋର୍ଦ୍ଧାରୁ ଶିଖିବ କି ନୟାଗଡ଼
1.3k
VIEWS
Share on FacebookShare on Twitter

ଅବହେଳାର କାରଣ କ’ଣ ?

ନୟାଗଡ଼,(ବାଘୁଆବାର୍ତ୍ତା): ସାରା ରାଜ୍ୟରେ କରୋନା ବହୁ ଆକ୍ରାନ୍ତ ଚିହ୍ନଟ ହେବା ଜିଲ୍ଲା ଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲାରେ ଲକଡାଉନ କଟକଣାକୁ କଡ଼ାକଡ଼ି କରାଯାଇଛି । ଗତକାଲି ଖୋର୍ଦ୍ଧା ପ୍ରଶାସନ ଅମାନିଆଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଖୋର୍ଦ୍ଧା ପୁଲିସ ଏବଂ ପ୍ରଶାସନ ମୋଟ ୭୭ଟି ଗାଡ଼ି ଏବଂ ୪ଟି ଦୋକାନ ସିଲ କରିଛି । ଖୋର୍ଦ୍ଧା ନୂଆ ବସଷ୍ଟାଣ୍ଡଠାରୁ ୪୭ଟି ଗାଡ଼ି, ମୁକୁନ୍ଦପ୍ରସାଦଠାରୁ ୧୬ ଏବଂ ଚଣ୍ଡିଚୁଆ ଛକଠାରୁ ୧୪ ଗାଡ଼ି ଜବତ କରାଯାଇଛି । ମାତ୍ର ନୟାଗଡ଼ ଜିଲ୍ଲାରେ ପୁଲିସ ଏବଂ ପ୍ରଶାସନ ଆଜି ପର୍ଯ୍ୟନ୍ତ ଜୋରିମାନା ଆଦାୟରେ କଟକଣାକୁ ସୀମିତ ରଖିଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଟ୍ୟୁଟରୁ ମିଳିଥିବା ସୂଚନାନୁସାରେ, ଗତକାଲି ଅର୍ଥାତ ୧୯ ତାରିଖରେ ୧୧୧ ଜଣ ବିନା ମାସ୍କ ଧାରୀଙ୍କଠାରୁ ୨୭ ହଜାର ୯ ଶହ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସାମାଜିକ ଦୂରତା ଅବଲମ୍ବନ କରୁନଥିବାରୁ ୪ ହଜାର ୯ ଶହ ଏବଂ ନିୟମ ଭାଙ୍ଗି ବାହାଘର କରୁଥିବା କାରଣରୁ ଏକ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଏଠାରେ ପ୍ରଶ୍ନ ଉଠୁଛି, ଏହି ଅମାନିଆଙ୍କ ବିରୁଦ୍ଧରେ କରୋନା ନିୟମଅନୁସାରେ, କାହିଁକି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ନୟାଗଡ଼ ପୁଲିସ ଆଜି ପର୍ଯ୍ୟନ୍ତ କେତେଜଣ ବାଇକ ଧରି ବୁଲୁଥିବା ଅମାନିଆଙ୍କଠାରୁ ବାଇକ ଜବତ କରିଛି । ପ୍ରଶାସନ କରୋନା ମୁକାବିଲାକୁ କେବଳ କଣ୍ଟେନମେଣ୍ଟରେ ସୀମିତ ରଖିଛି ନା ଅମାନିଆଙ୍କୁ ସାବାଡ଼ କରିବା ଉପରେ ଗୁରୁତ୍ୱ ଦେଉଛି । ନୟାଗଡ଼ ଜିଲ୍ଲା ପ୍ରଶାସନ ଖୋର୍ଦ୍ଧାରୁ ଶିଖିବାର ଆବଶ୍ୟକତା ରହିଛି । ସହରରେ ମାଳ ମାଳ କରୋନା ଆକ୍ରାନ୍ତ ବ୍ୟକ୍ତି ଖୋଲା ମେଲାରେ ବୁଲୁଥିବା କିଛି ପୁଲିସ କର୍ମଚାରୀ କହୁଛନ୍ତି । ଗୃହ ସଂଗରୋଧ ନିୟମକୁ ଏଡ଼ାଇ ଖାଲି ସହର ବଜାର ନୁହେଁ ଗ୍ରାମାଞ୍ଚଳରେ ମଧ୍ୟ ବେପରୁଆ ନୀତି ଅବଲମ୍ବନ କରାଯାଉଛି । ପ୍ରଶାସନ ଅଭିମୁଖ୍ୟକୁ କଡ଼ା ନକଲେ ଆକ୍ରାନ୍ତ ସଂଖ୍ୟା ଖୁବଶୀଘ୍ର ୫ ଶହ ଅତିକ୍ରମ କରିବାର ସମ୍ଭାବନା ଜଳ ଜଳ ଦେଖା ଯାଉଛି । ଭିସି ମାଧ୍ୟମରେ ସମୀକ୍ଷା କରି କରୋନା ମୁକାବିଲା ଚାଲିଥିବା ବେଳେ ବାସ୍ତବ ସ୍ଥିତି ବିଗିଡ଼ି ଯାଉଥିବା ଆଲୋଚନା ହେଉଛି । ଯେଉଁଥି ପାଇଁ ଆଜି କରୋନା ସର୍ବକାଳୀନ ରେକର୍ଡ଼ ଭଙ୍ଗ କରିଛି । ଜିଲ୍ଲାରେ ଆଜି ସର୍ବାଧିକ ୩୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ପ୍ରଶାସନ ଏଦିଗରେ ଦୃଷ୍ଟି ଦେଇ ଆଭିମୁଖ୍ୟକୁ କଡ଼ା କରିବା ସହ କଟକଣା କଡ଼ା କଡ଼ି କରିବାର ଆବଶ୍ୟକତା ରହିଥିବା ମତପ୍ରକାଶ ପାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!