ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ସଦର ମହକୁମାରେ କାର୍ଯ୍ୟରତ ବରିଷ୍ଠ ଭେଷଜ ବିଶେଷଜ୍ଞ ଡା. ସିଦ୍ଧାର୍ଥ ଦାଶ କିଛି ଦିନ ହେବ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ । ଡା ଦାଶ ଧିରେ ଧିରେ ସୁସ୍ଥ ହେଉଥିବା ସୂଚନା ମିଳିଛି । ଖୁବଶୀଘ୍ର ସେ ନୟାଗଡ଼ ଫେରିବା ସହ ପୁଣିଥରେ ନୟାଗଡ଼ ବାସୀଙ୍କ ସେବା କରିବେ ବୋଲି ଜଣାଯାଇଛି । ଜଣେ ଲୋକପ୍ରିୟ ଡାକ୍ତର ଭାବେ ନୟାଗଡ଼ ଜିଲ୍ଲାରେ ଦୀର୍ଘ ଦିନ ହେବ ସେ କାର୍ଯ୍ୟ କରି ଆସୁଛନ୍ତି । ତାଙ୍କ ଅସୁସ୍ଥତା ଖବର ପାଇବା ପରେ ବହୁ ଲୋକ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏଠାରେ ପ୍ରକାଶ ଯୋଗ୍ୟ, ଡା ଦାଶଙ୍କୁ ନେଇ ଏକ ଗୁଜବ ପ୍ରଚାରିତ ହେଉଥିବା ସୂଚନା ମିଳିଛି । ଏହାକୁ ଗୁରୁତ୍ୱ ନଦେବା ପାଇଁ ପରାମର୍ଶ ଦିଆଯାଇଛି ।






