ନୟାଗଡ଼, (ବାଘୁଆବାର୍ତ୍ତା): ମହାମାରୀ କରୋନା ଜିଲ୍ଲାରେ ହୁ ହୁ ହୋଇ ବଢିଚାଲିଛି । ଏହାକୁ ରୋକ୍ ଦେବା ପାଇଁ ପୂର୍ବରୁ ୪୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ବିଶେଷମାନଙ୍କୁ କୋଭିଡ୍ ଭ୍ୟାକସିନ୍ ଦେବା ଆରମ୍ଭ ହୋଇଥିଲା । ତେବେ ଭ୍ୟାକସିନର ପ୍ରଥମ ଡୋଜ୍ ଟିକାକରଣ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାର ୩ଟି ସ୍ଥାନରେ ଆସନ୍ତାକାଲି କୋଭିଡ୍ ଟିକାକରଣ କରାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସୂଚନା ମିଳିଛି । ଗଣିଆ ବ୍ଲକର ଆଡ଼କଟା ପ୍ରାଇମେରୀ ୟୁପି ସ୍କୁଲ, ଖଣ୍ଡପଡ଼ା ବ୍ଲକର କଣ୍ଟିଲୋ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଭାପୁର ବ୍ଲକର ନିମାଣି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩ଟି ସ୍ଥାନରେ କୋଭିଡ୍ ଟିକାକରଣ କରାଯିବ । ତେବେ ଯେଉଁ ବ୍ୟକ୍ତିମାନେ ୪୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତିବିଶେଷ ମାନଙ୍କୁ କୋଭିଡ୍ ଟିକା ପ୍ରଥମ ଡୋଜ୍ ଦିଆଯିବ ବୋଲି ସୂଚନା ମିଳିଛି ।






