ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ଭାପୁର ବ୍ଲକର ଆଜି ପୁଣି ଏକ ଗାଁକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । କଇଁଫୁଲିଆ ପଞ୍ଚାୟତ ଦୁଆଦିଆ ଗ୍ରାମକୁ ତହସିଲଦାର ତୃପ୍ତି ମହାନ୍ତି କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ଉକ୍ତ ଅଞ୍ଚଳରୁ ମାତ୍ରାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ତହସିଲାର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆଜି ଅପରାହ୍ନ ୪ଟାରୁ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ ବୋଲି ଜଣାଯାଇଛି । ଏହି ସମୟ ମଧ୍ୟରେ ବାହାର ଲୋକଙ୍କୁ ଗାଁକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ ଗାଁକୁ ଲୋକ ବାହାରକୁ ଆସିବାକୁ ବାରଣ କରାଯାଇଛି । ଗାଁକୁ କୋଭିଡ୍ ନିୟମନୁସାରେ ବିଶୋଧନ କରାଯିବ ବୋଲି ଜଣାଯାଇଛି ।






