ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ପୁଲିସ ଏକ କାର ଚୋରୀ ଘଟଣାରେ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରୁଥିଲା । କୋର୍ଟ ଚାଲାଣ ବେଳେ ଅଭିଯୁକ୍ତ ପଞ୍ଚରିଡ଼ା ମାନପୁର ଗ୍ରାମର ଅନିଲ ମୁଦୁଲି ପୁଲିସ କବଜାରୁ ଖସି ଯାଇଥିବା ସୂଚନା ମିଳିଛି । ଅଭିଯୁକ୍ତକୁ ଧରିବା ପାଇଁ ନୂଆଗାଁ ଥାନା ଏବଂ ଟାଉନଥାନା ପୁଲିସ ଚଢ଼ାଉ ଜାରି ରଖିଥିବା ସୂଚନା ମିଳିଛି । କୋର୍ଟ ପରିସରରୁ ଅଭିଯୁକ୍ତ ଚମ୍ପଟ ମାରିଥିବା ସୂଚନା ମିଳିଛି ।






