ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ମହାମାରୀ କରୋନା ଦେଶରେ କାୟା ବିସ୍ତାରି ଚାଲିଥିବା ବେଳେ ଦେଶବାସୀ ଗୋଟିଏ ପଟେ କରୋନା କବଳରୁ ରକ୍ଷା ପାଇବା ପାଇଁ ଲଢେଇ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକ ପ୍ରିୟତା ହ୍ରାସ ପାଇବାରେ ଲାଗିଛି । ମହାମାରୀ କରୋନା ହ୍ରାସ ପାଉନଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପରୁ ଦେଶବାସୀଙ୍କ ଆସ୍ଥା ହରାଇଲେଣି । ଦୁଇ ଦୁଇ ଥର ବିପୁଳ ଭୋଟରେ ନିର୍ବାଚିତ ହୋଇ ପ୍ରଧାନମନ୍ତ୍ରୀ ହୋଇଥିବା ନରେନ୍ଦ୍ର ମୋଦୀଙ୍କ ଲୋକ ପ୍ରିୟତା ବର୍ତ୍ତମାନ ପରିସ୍ଥିତିରେ ଧିରେ ଧିରେ ମଳିନ ପଡିଲାଣି । ଦେଶରେ ୨୫ ମିଲିୟନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିବାରୁ କେନ୍ଦ୍ର ସରକାର ଏଥିରେ ରୋକ୍ ଲଗାଇବାରେ ବିଫଳ ହୋଇଛି । ଯାହାଫଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଛବି ମଳିନ ପଡିବା ସହିତ ଲୋକ ପ୍ରିୟତା ହ୍ରାସ ପାଉଥିବା ନେଇ ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି । ଆମେରିକାର ମର୍ଣ୍ଣିଂ କନସଲ୍ଟ ପକ୍ଷରୁ ଜାରି ‘ଗ୍ଲୋବାଲ ଆପ୍ରୁଭାଲ ରେଟିଂ’ରେ କୁହାଯାଇଛି । ଉକ୍ତ ସଂସ୍ଥା ଦେଶ ବିଦେଶର ନେତାଙ୍କ ଲୋକ ପ୍ରିୟତାକୁ ନେଇ ସର୍ଭେ କରି ରିପୋର୍ଟ ସାର୍ବଜନୀନ କରିଥାଏ । ୨୦୧୯ ନିର୍ବାଚନ ପରଠାରୁ ଉକ୍ତ ସର୍ଭେ ସଂସ୍ଥା ମୋଦୀଙ୍କ ଲୋକ ପ୍ରିୟତାକୁ ଟ୍ରାକ୍ କରୁଥିଲା । ଯାହାକି ବର୍ତ୍ତମାନ ସ୍ଥିତିରେ ଦେଶରେ ମୋଦିଙ୍କ ଲୋକ ପ୍ରିୟତା ୬୩% ରେଟିଂ ରହିଛି । ମୋଦିଙ୍କ ରେଟିଂ ନିର୍ବାଚନ ସମୟରେ ସର୍ବାଧିକ ଥିବା ବେଳେ ବର୍ତ୍ତମାନ ସେଥିରେ ହ୍ରାସ ପାଇଥିବା ନେଇ ଆମେରିକା ସର୍ଭେ ସଂସ୍ଥା ପ୍ରକାଶ କରିଛି ।






