Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜୁଲାଇରେ ପ୍ରକାଶ ପାଇପାରେ ସିବିଏସଇ ଦଶମ ପରୀକ୍ଷା ଫଳ

by ସଞ୍ଜୟ ସ୍ୱାଇଁ
May 19, 2021
in Education, State
ଜୁଲାଇରେ ପ୍ରକାଶ ପାଇପାରେ ସିବିଏସଇ ଦଶମ ପରୀକ୍ଷା ଫଳ
88
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବଏସଇ) ଦଶମ ପରୀକ୍ଷା ଫଳ ପ୍ରକାଶ ପାଇବବୋଲି ଜଣାପଡିଛି । ପୂର୍ବରୁ ଜୁନ ତୃତୀୟ ସପ୍ତାହରେ ଦଶମ ଫଳ ପ୍ରକାଶ ପାଇବ ବୋଲି ସିବିଏସଇ ପରୀକ୍ଷା ନିୟନ୍ତ୍ରକ ଡ.ସାନମ ଭରଦ୍ୱାଜ କହିଥିଲେ । ମାତ୍ର ଏବେ ସିବିଏସଇ ଦଶମ ମାର୍କ ଅପଲୋଡ ଓ ଅନ୍ୟାନ୍ୟ ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି । ଦଶମ ମାର୍କ ଟାବୁଲେସନ ପ୍ରକ୍ରିୟା ଜୁନ ୩୦ ତାରିଖ ମଧ୍ୟରେ ସମ୍ପୂର୍ଣ୍ଣ କରିବା ପାଇଁ ସିବିଏସଇ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଫଳରେ ମାର୍କିଂ ପ୍ରକ୍ରିୟା ବିଳମ୍ବ ହେବା ସହିତ ପିଲାଙ୍କ ଫଳ ମଧ୍ୟ ବିଳମ୍ବରେ ପ୍ରକାଶ ପାଇବ । ଜୁଲାଇରେ ଫଳ ପ୍ରକାଶ ପାଇପାରେ ବୋଲି ଆଶା କରାଯାଉଛି । କରୋନା ସଂକ୍ରମଣ ସ୍ଥିତି ଓ ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବୋର୍ଡ ତାରିଖରେ ପରିବର୍ତ୍ତନ କରିଥିବା କୁହାଯାଇଛି । ବୋର୍ଡ ଦର୍ଶାଇଛି ଯେ ସ୍କୁଲ କର୍ତ୍ତୁପକ୍ଷଙ୍କ ଲାଗି ମାର୍କ ଅପଲୋଡ ପାଇଁ ପୋର୍ଟାଲ ମେ’ ୨୦ ତାରିଖରୁ ଉପଲବ୍ଧ ହେବ । ସେହିପରି ସ୍କୁଲ କର୍ତ୍ତୃପକ୍ଷ ଜୁନ ୩୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କ ମାର୍କ ଅପଲୋଡ କରିବେ । ଛାତ୍ରଛାତ୍ରୀଙ୍କ ଇଣ୍ଟରନାଲ ଆସେସମେଣ୍ଟ ମାର୍କ ଜୁନ ୩୦ ମଧ୍ୟରେ ଅପଲୋଡ କରିବା ଲାଗି ବୋର୍ଡ ସ୍କୁଲଗୁଡିକ ନିର୍ଦ୍ଦେଶ ଦେଇଛି । ଏଥିଲାଗି ନିଷ୍ପତ୍ତି ରେଜଲ୍ଟ କମିଟି ଗ୍ରହଣ କରିବ । କରୋନା ଯୋଗୁ ସିବିଏସଇ ବୋର୍ଡର ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷା ବାତିଲ କରାଯାଇଥିବା ବେଳେ ବିକଳ୍ପ ପଦ୍ଧତ୍ତିରେ ମୂଲ୍ୟାୟନ କରିବା ନେଇ ବୋର୍ଡ ବିଜ୍ଞପ୍ତି ଜାରି କରିଥିଲା । ଚଳିତ ମାସ ଶେଷ ସୁଦ୍ଧା ଛାତ୍ରଛାତ୍ରୀଙ୍କ ମାର୍କିଂ ପ୍ରକ୍ରିୟା ସ୍କୁଲସ୍ତରରେ ସାରିବା ପାଇଁ ବୋର୍ଡ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରିଥିଲା । ମାତ୍ର ଦେଶରେ ବର୍ତ୍ତମାନ କରୋନାର ଉତ୍କଟ ସ୍ଥିତିରେ ଶିକ୍ଷକମାନଙ୍କ ସୁରକ୍ଷା ଲାଗି ବୋର୍ଡ ତାରିଖରେ ପରିବର୍ତ୍ତନ କରିଥିବା ଦର୍ଶାଇଛି । ଜୁନ ଶେଷ ସୁଦ୍ଧା ମାର୍କ ଦାଖଲ ଲାଗି ବୋର୍ଡ ସିବିଏସଇ ଅନୁବନ୍ଧିତ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛି । ସେହିପରି ଅନ୍ୟାନ୍ୟ ପ୍ରକ୍ରିୟା ପାଇଁ ତାରିଖ ନିଷ୍ପତ୍ତି ରେଜଲ୍ଟ କମିଟି ଗ୍ରହଣ କରିବ ବୋଲି ବୋର୍ଡ ବିଜ୍ଞପ୍ତିରେ ଉଲ୍ଲେଖ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!