ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ମହାମାରୀ କାୟା ବିସ୍ତାର କରି ଚାଲିଥିବା ବେଳେ ଗଣିଆ ବ୍ଲକର ଗତକାଲି ଦୁଇଟି ଗାଁକୁ କଣ୍ଟେନମେଣ୍ଟ ହୋଇଥିବା ବେଳେ ଆଜି ପୁଣି ଏକ ଗାଁକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ଆଡ଼କଟା ପଞ୍ଚାୟତ ଜଗନ୍ନାଥପ୍ରସାଦ ଗ୍ରାମ ପଦ୍ମନାଭପୁର ସାହିକୁ ତହସିଲଦାର କିଶୋର କୁମାର ପଣ୍ଡା କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ଉକ୍ତ ଅଞ୍ଚଳରୁ ମାତ୍ରାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ତହସିଲାର ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆଜି ସକାଳ ୧୦ ଘଟିକାରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶନାମା ବଳବତ୍ତର ରହିବ ବୋଲି ଜଣାଯାଇଛି । ଏହି ସମୟ ମଧ୍ୟରେ ବାହାର ଲୋକଙ୍କୁ ଗାଁକୁ ଯିବା ପାଇଁ ବାରଣ କରାଯାଇଥିବା ବେଳେ ଗାଁକୁ ଲୋକ ବାହାରକୁ ଆସିବାକୁ ବାରଣ କରାଯାଇଛି । ଗାଁକୁ କୋଭିଡ୍ ନିୟମନୁସାରେ ବିଶୋଧନ କରାଯିବ ବୋଲି ଜଣାଯାଇଛି ।






