Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗର୍ଭବତୀ ମହିଳାଙ୍କ ପାଇଁ ସାହାର୍ଯ୍ୟର ହାତ ବଢ଼ାଇଲେ ଅନୁଷ୍କା

by ସଞ୍ଜୟ ସ୍ୱାଇଁ
May 19, 2021
in NATIONAL NEWS
ଗର୍ଭବତୀ ମହିଳାଙ୍କ ପାଇଁ ସାହାର୍ଯ୍ୟର ହାତ ବଢ଼ାଇଲେ ଅନୁଷ୍କା
202
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): କରୋନା ସମୟରେ ଅନେକ ଲୋକ ବହୁ ଅସୁବିଧାରେ ପଡିଛନ୍ତି । ଏହି ସମୟରେ ବହୁଲୋକ ମଧ୍ୟ ସାହାର୍ଯ୍ୟର ହାତ ବଢ଼ାଇଛନ୍ତି । ବଲିଉଡର ଜଣାଶୁଣା ଅଭିନେତ୍ରୀ ଅନୁଷ୍କା ଶର୍ମା ଅଭିନୟ ବ୍ୟତୀତ ସାମାଜିକ କାର୍ଯ୍ୟରେ ମଧ୍ୟ ବହୁତ ସକ୍ରିୟ ଅଛନ୍ତି । ଅନୁଷ୍କା ଅନେକ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖାଯାଏ । ଗତ କିଛି ଦିନ ତଳେ ଅନୁଷ୍କା ତାଙ୍କ ସ୍ୱାମୀ ତଥା କ୍ରିକେଟର ବିରାଟ କୋହଲିଙ୍କ ସହ କୋଭିଡ ରିଲିଫ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ । ଯେଉଁଥିପାଇଁ ସେ ବହୁତ ଚର୍ଚ୍ଚାରେ ଥିଲେ । ବର୍ତ୍ତମାନ ଅନୁଷ୍କା ଗର୍ଭବତୀ ଏବଂ ମା’ ହେବାକୁ ଥିବା ମହିଳା ମାନଙ୍କୁ ସାହାଯ୍ୟ କରିବାର ଦାୟିତ୍ୱ ହାତକୁ ନେଇଛନ୍ତି । ଅନୁଷ୍କା ଏଥିପାଇଁ ଏକ ହେଲ୍ପଲାଇନ ନମ୍ବର ସେୟାର କରିଛନ୍ତି । ଯାହାଦ୍ୱାରା ମହିଳାମାନଙ୍କୁ ଚିକିତ୍ସା ସହାୟତା ଯୋଗାଇବାରେ ସାହାଯ୍ୟ ମିଳିପାରିବ । ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅନୁଷ୍କା ଶର୍ମା କହିଛନ୍ତି, ରାଷ୍ଟ୍ରୀୟ ମହିଳା ଆୟୋଗ (ଏନସିଡବ୍ଲୁ) ‘ହାପି ଟୁ ହେଲପ’ ପଦକ୍ଷେପ ଅନ୍ତର୍ଗତ ଗର୍ଭବତୀ ତଥା ନିକଟରେ ମା’ ହେବାକୁ ଥିବା ମହିଳାମାନଙ୍କୁ ଚିକିତ୍ସା ସହାୟତା ଦେବା ପାଇଁ ହେଲ୍ପଲାଇନ ନମ୍ବର ସେୟାର କରିଛନ୍ତି । ଚିକିତ୍ସା ସହାୟତା ଯୋଗାଇବା ପାଇଁ ଏନସିଡବ୍ଳୁ ଟିମ ୨୪ ଘଣ୍ଟା ଉପଲବ୍ଧ ହେବ । ଅନୁଷ୍କା ହେଲ୍ପଲାଇନ ନମ୍ବର ସହିତ ଇମେଲ ଆଇଡି ମଧ୍ୟ ସେୟାର କରିଛନ୍ତି । ହେଲ୍ପଲାଇନର ହ୍ୱାଟସ ଅପ ନମ୍ବର ହେଉଛି ୯୩୫୪୯୫୪୨୨୪ ଏବଂ ଇମେଲ ଆଇଡି ହେଉଛି helpatncw@gmail.com । ହେଲ୍ପଲାଇନ ନମ୍ବର ସହିତ ପ୍ରଦାନ କରାଯାଇଥିବା ଇମେଲ ଆଇଡି ମଧ୍ୟ ସାହାଯ୍ୟ କରିବ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!