Tuesday, September 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଡ଼ଦାଣ୍ଡରେ କାନ୍ଦୁଛି ସାମ୍ବାଦିକ

by ସଞ୍ଜୟ ସ୍ୱାଇଁ
May 19, 2021
in Nayagarh
ବଡ଼ଦାଣ୍ଡରେ କାନ୍ଦୁଛି ସାମ୍ବାଦିକ
741
VIEWS
Share on FacebookShare on Twitter

ପୁରୀ,(ବାଘୁଆବାର୍ତ୍ତା): ବଡ଼ଦାଣ୍ଡରେ ବସି ଭୋ ଭୋ କାନ୍ଦୁଛନ୍ତି ଧରିତ୍ରୀ ସାମ୍ବାଦିକ ଦତ୍ତାତ୍ରେୟ ନାୟକ । ପୁରୀ ପୁଲିସର ବର୍ବରଚିତ ଆକ୍ରମଣ ଏବଂ ଦୁର୍ବବ୍ୟବହାର ସହି ନପାରି ଦତ୍ତାତ୍ରେୟ କାନ୍ଦୁଥିବା ଦେଖିବାକୁ ମିଳିଛି । ତାଙ୍କ ଆଖିର ଲୁହକୁ ଦେଖିଲେ ପୁଲିସର ଦୁର୍ବବ୍ୟବହାର ସୀମା ଲଂଘିଥିବା ବେଶ ବୁଝା ପଡ଼ୁଛି । ସୂଚନାନୁସାରେ, ଲକ୍ଡାଉନ୍ ସମୟରେ ପୁରୀ ବଡ଼ଶଙ୍ଖ ବଜାରରେ ଲାଗି ରହିଛି ଉତ୍ତେଜନା। ସାଧାରଣଲୋକ ଓ ପୁଲିସ ମୁହାଁମୁହିଁ ହୋଇଛନ୍ତି। ଏଥିସହିତ ସୁରକ୍ଷାଦୃଷ୍ଟିରୁ ଘଟଣାସ୍ଥଳରେ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି । ଆଜି ଜଣେ ଠେଲା ବ୍ୟବସାୟୀଙ୍କୁ ପୁଲିସ ପକ୍ଷରୁ ମାଡ଼ ମାରିବା ଘଟଣାକୁ ନେଇ ଦତ୍ତାତ୍େରୟ ପୁରୀ ପୁଲିସକୁ ପ୍ରଶ୍ନ ପଚାରିଥିଲେ । ଏହାକୁ ନେଇ କିଛି ପୁଲିସ କର୍ମଚାରୀ ତାଙ୍କୁ ମାଡ଼ ମାରିବା ସହ ଘୋଷାରି ନେଇ ଭ୍ୟାନରେ ବସାଇଥିଲେ । ଏହାକୁ ନେଇ ସେଠାରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଦତ୍ତାତ୍ରେୟ ପୁଲିସ ର୍ଦୁବ୍ୟବହାରକୁ ନେଇ ବଡ଼ଦାଣ୍ଡରେ ବସି ପ୍ରତିବାଦ କରିବା ସହ ଭୋ ଭୋ କାନ୍ଦୁଥିବା ଦେଖିବାକୁ ମିଳିଛି । ସାମ୍ବାଦିକଙ୍କ ପୁଲିସ ଆକ୍ରମଣ କରିବା ଘଟଣା ବାରମ୍ବାର ସାମନାକୁ ଆସୁଥିବା ବେଳେ ପୁଲିସଙ୍କ ପ୍ରତି କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ଅନ୍ୟପକ୍ଷେ, ଦତ୍ତାତ୍ରେୟ କାନ୍ଦୁଥିବାରୁ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ ହେଉଥିବା ଭିଡିଓରେ ସାମ୍ବାଦିକ ଜଣଙ୍କ କହିଛନ୍ତି ଯେ, ପନିପରିବା ଦୋକାନୀଙ୍କ ଉପରେ ପୋଲିସର ଜୁଲମ ଅଭିଯୋଗ ହୋଇଥିଲା। ଏ ସଂପର୍କରେ ପ୍ରଶ୍ନ କରିବାରୁ ପୁଲିସ ଆକ୍ରମଣ କରି ଭ୍ୟାନରେ ଭର୍ତ୍ତି କରିଥିଲେ। ଏସବୁ ସିଟି ଡିଏସପି ଓ ଆଇଆଇସିଙ୍କ ଉପସ୍ଥିତିରେ ହୋଇଛି ବୋଲି ସେ କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!