Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନାର ଦ୍ୱିତୀୟ ଲହରୀ କାଳ ସାଜିଛି, ନେଲାଣି ୩୦୦ରୁ ଅଧିକ ସାମ୍ବାଦିକଙ୍କ ଜୀବନ

by ସଞ୍ଜୟ ସ୍ୱାଇଁ
May 18, 2021
in NATIONAL NEWS
କରୋନାର ଦ୍ୱିତୀୟ ଲହରୀ କାଳ ସାଜିଛି, ନେଲାଣି ୩୦୦ରୁ ଅଧିକ ସାମ୍ବାଦିକଙ୍କ ଜୀବନ
79
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ଖବର ସଂଗ୍ରହ କରୁ କରୁ ଖବର ପାଲଟି ଯାଉଛନ୍ତି ସାମ୍ବାଦିକ । କରୋନା ଭୁତାଣୁର ଭୟାବହତା ନେଇ ଲୋକଙ୍କୁ ସତର୍କ କରିବା ହେଉ କି ଅସୁବିଧାରେ ପଡିଥିବା ଲୋକଙ୍କ ସମସ୍ୟାକୁ ଆଗକୁ ଆଉଥିବା ଏହି ସମ୍ମୁଖ ଯୋଦ୍ଧାଙ୍କର ପ୍ରତିଦିନ ମୃତ୍ୟୁ ହେଉଛି । ଯୁଦ୍ଧ ଚାଲିଛି, ଆଉ ଜଣେ ପରେ ଜଣେ ଯୋଦ୍ଧା ଟଳିପଡୁଛନ୍ତି । ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇରେ ସମ୍ମୁଖ ଯୋଦ୍ଧା ସାଜିଥିବା ସାମ୍ବାଦିକଙ୍କ ମୃତ୍ୟୁର ଖବର, ନିୟମିତ ବ୍ୟବଧାନରେ ଆସିବା ସମସ୍ତଙ୍କୁ ବିଚଳିତ କରିଦେଇଛି । ଆଉ ତାଠୁ ଅଧିକ ବିଚଳିତ କରୁଛି, ମୁଖ୍ୟକୁ ନେଇ ଆସିଥିବା ପରିସଂଖ୍ୟାନ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଏପର୍ଯ୍ୟନ୍ତ କରୋନାରେ ମୋଟ ୩୦୦ରୁ ଅଧିକ ସାମ୍ବାଦିକଙ୍କର ଜୀବନ ଗଲାଣି । କରୋନାର ଦ୍ୱିତୀୟ ଲହର ସଂକ୍ରମଣରେ ଦେଶ ଅନେକ ସାମ୍ବାଦିକଙ୍କୁ ହରାଇଛି । କାଳ ସାଜିଛି କରୋନାର ଦ୍ୱିତୀୟ ଲହର । ଅନେକ ଚିହ୍ନା ମୁହଁ ଏବଂ ପରିଚିତ ଚେହେରାଙ୍କୁ ଛଡାଇ ନେଇଛି କରୋନା । କରୋନା ଦ୍ୱିତୀୟ ଲହରି ଭୟଙ୍କର ରୂପ ଧାରଣ କରିଥିବା ବେଳେ ଏପ୍ରିଲ ମାସରେ ଶତାଧିକ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଗ୍ରାଫିକ୍ସ, ‘ମିଡିଆ ୱାଚଡଗ’ର ତାଲିକା ଅନୁସାରେ କେବଳ ଏପ୍ରିଲ ମାସରେ ୧୨୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁର ଏହି ସଂଖ୍ୟା ହୁଏତ ସମସ୍ତଙ୍କୁ ମର୍ମାହତ କରିବ । କିନ୍ତୁ କେବଳ ମର୍ମାହତ କଲେ ଚଳିବ ନାହିଁ । ବରଂ ଏହାର ପ୍ରତିକାର ପାଇଁ ସାମ୍ବାଦିକ ମାନଙ୍କୁ ଉଚ୍ଚସ୍ତରୀୟ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ପ୍ରଶାସନ ଓ ସରକାର ଆଗେଇ ଆସିବା ଦରକାର ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!