ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ପ୍ରତ୍ୟେକ ଦିନ ଜୀବନ ନେଉଛି ମହାମାରୀ କରୋନା । ସଂକ୍ରମିତ ହୋଇ ହଜାର ହଜାର ସଂଖ୍ୟକ ଲୋକ ମହାମାରୀ କରୋନାରେ ପ୍ରାଣ ହରାଉଛନ୍ତି । ଗୋଟିଏ ଦିନରେ ଦେଶରୁ ୫୦ ଜଣ ଡାକ୍ତରଙ୍କ ମତ୍ୟୁ ହୋଇଛି । ଏ ନେଇ ଭାରତୀୟ ମେଡିକାଲ ଆସୋସିଏସନ୍ ପକ୍ଷରୁ ସୂଚନା ମିଳିଛି । ମହାମାରୀ କରୋନାର ଦ୍ୱିତୀୟ ଲହରରେ ୨୪୪ଜଣ ଡାକ୍ତରଙ୍କର ମୃତ୍ୟୁ ହୋଇଛି । ବିହାରରେ ସର୍ବାଧିକ ୬୯ଜଣ, ଉତ୍ତରପ୍ରଦେଶରେ ୩୪ ଓ ଦିଲ୍ଲୀରେ ୨୭ଜଣ ଡାକ୍ତରଙ୍କ ଜୀବନ କରୋନାରେ ପ୍ରାଣ ହରାଇଛନ୍ତି । କରୋନାରେ ସଂକ୍ରମିତ ହୋଇ ପ୍ରାଣ ହରାଇଥିବା ଡାକ୍ତରଙ୍କ ମଧ୍ୟରୁ କେବଳ ୩ପ୍ରତିଶତ ଡାକ୍ତର ଟିକାର ଦୁଇଟି ଯାକ ଡୋଜ୍ ନେଇଥିବା ବେଳେ ଅନେକ ଡାକ୍ତର କୋରନା ଟିକା ନେଇ ନଥିବା ଜଣାପଡିଛି । ଦେଶରେ ଟିକାକରଣକୁ ପାଞ୍ଚ ମାସ ବିତିଥିଲେ ମଧ୍ୟ ଏଯାଏ ମାତ୍ର ୬୬ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ଟିକା ନେଇଛନ୍ତି । ଏହି ଡାକ୍ତରମାନଙ୍କ ମଧ୍ୟରୁ ଜଣେ କନିଷ୍ଠ ଡାକ୍ତର ଅନାସ ମିଜାହିଦ୍ ୨୫ ବର୍ଷ ବୟସରେ କରୋନାରେ ପରଲୋକ ହୋଇଛି । ସେ ଦିଲ୍ଲୀ ଗୁରୁ ତେଗ ବାହାଦୁର ହସ୍ପିଟାଲରେ ରେସିଡେଣ୍ଟ ଡାକ୍ତର ଭାବରେ କାର୍ଯ୍ୟରତ ଥିଲେ । ଗତବର୍ଷ କରୋନାର ପ୍ରଥମ ଲହରରେ ଦେଶରେ ୭୩୬ ଜଣ ଡାକ୍ତର କରୋନାରେ ପରଲୋକ ହୋଇଥିବା ନେଇ ମେଡିକାଲ ଆସୋସିଏସନ୍ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ଦେଶରେ ମହାମାରୀ କରୋନାରେ ହଜାରେ ରୁ ଉର୍ଦ୍ଧ ଡାକ୍ତରଙ୍କ ପରଲୋକ ହୋଇଛି ।





