ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଇଣ୍ଡିଆ ମେଡିକାଲ ଆସୋସିଏସନର ପୂର୍ବତନ ମୁଖ୍ୟ ତଥା ପଦ୍ମଶ୍ରୀ ଡାକ୍ତର କେକେ ଅଗ୍ରୱାଲଙ୍କ ପରଲୋକ ଘଟିଛି । ସେ କିଛି ଦିନ ହେଲା କରୋନାରେ ଆକ୍ରାନ୍ତ ଥିଲେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା । ଚିକିତ୍ସା ଜଗତ ପ୍ରତି ତାଙ୍କର ଅବଦାନ ପାଇଁ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତି କରିଥିଲେ । କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । କିଛି ଦିନ ହେଲା ସେ ଭେଣ୍ଟିଲେଟରରେ ରହିଥିଲେ ବୋଲି ପରିବାର ଲୋକଙ୍କ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ, ୬୨ ବର୍ଷୀୟ ଡା କେକେ କରୋନା ଟିକାର ଦୁଇଟି ଯାକ ଡୋଜ ନେଇଥିଲେ । ତାଙ୍କ ଟ୍ୱିଟରରେ ପରିବାର ଲୋକଙ୍କ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ “ଆମେ ଅତ୍ୟନ୍ତ ମର୍ମାହତ ହୋଇ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଆମର ପ୍ରିୟ ଡା. କେକେ ଅଗ୍ରୱାଲ ଆମ ସମସ୍ତଙ୍କୁ ସୋମବାର ରାତି ୧୧.୩୦ରେ ଛାଡି ଚାଲି ଯାଇଛନ୍ତି ।






