Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୁଜୁରାଟରେ ସାମୁଦ୍ରିକ ବାତ୍ୟା ତୌତେ ନେଲାଣି ୨୦ ଜୀବନ

by ସଞ୍ଜୟ ସ୍ୱାଇଁ
May 18, 2021
in NATIONAL NEWS
ଗୁଜୁରାଟରେ ସାମୁଦ୍ରିକ ବାତ୍ୟା ତୌତେ ନେଲାଣି ୨୦ ଜୀବନ
129
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ସୋମବାର ରାତି ପ୍ରାୟ ୮ଟା ୩୦ରେ ଗୁଜୁରାଟ ଉପକୂଳରେ ଲ୍ୟାଣ୍ଡଫଲ ଆରମ୍ଭ କରିଥିବା ସାମୁଦ୍ରିକ ବାତ୍ୟା ତୌତେ ଏବେ ଦୁର୍ବଳ ହୋଇଥିଲେ ମଧ୍ୟ ଗୁଜୁରାଟରେ ନେଇଛି ୪ଜଣଙ୍କ ଜୀବନ । ଏବେ ସ୍ଥିତିରେ ସୁଧାର ଆସିଥିବାରୁ ଅହମ୍ମଦାବାଦ ବିମାନବନ୍ଦର ସେବା ପୁଣି ଥରେ ଆରମ୍ଭ କରିଦିଆଯାଇଛି । ତେବେ ସାମୁଦ୍ରିକ ବାତ୍ୟା ତୌତେ ଦୁର୍ବଳ ହୋଇଥିଲେ ମଧ୍ୟ ଗୁଜୁରାଟର କିଛି କିଛି ସ୍ଥାନରେ ଏବେ ବର୍ଷା ଲାଗିରହିଛି । ବାତ୍ୟା ସହ ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୯୦ କିଲୋମିଟର ଥିବାରୁ ଗୁଜୁରାଟରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ବଡ଼ ବଡ଼ ଗଛ ଉପୁଡି ପଡିବା ସହ ବିଦ୍ୟୁତ ସେବା ବ୍ୟାହତ ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ଦିନ ମହାରାଷ୍ଟ୍ର, ଗୁଜୁରାଟ ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ସହ କଥାବାର୍ତ୍ତା କରି ସାମୁଦ୍ରିକ ବାତ୍ୟା ତୌତେର ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ବାତ୍ୟା ପ୍ରଭାବରେ ମୋଟ ୨୦ ଜଣଙ୍କର ଜୀବନ ଯାଇଛି । ସେଥିରୁ କର୍ଣ୍ଣାଟକ ଓ ଗୋଆରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ମହାରାଷ୍ଟ୍ରରେ ୬ ଜଣ ଏବଂ ଗୁଜୁରାଟରେ ୪ଜଙ୍କର ମୃତ୍ୟୁ ହୋଇଛି । ଏହା ସହ ସାମୁଦ୍ରିକ ବାତ୍ୟା ତୌତେର ପ୍ରଭାବ ପାଇଁ ସୁରତ ବିମାନବନ୍ଦରକୁ ଦିନ ୧ଟା ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!