ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଇଟାମାଟି ପୁଲିସ ଦୁଇ ଜଣ ବ୍ରାଉନସୁଗର ବେପାରିଙ୍କୁ ଗିରଫ କରିଛି । ଅଭିଯୁକ୍ତ ଦୁଇ ଜଣ ହେଲେ ସଦରଥାନା ଅନ୍ତର୍ଗତ ବାଲୁଗାଁର ବିଜୟ କୁମାର ନାୟକଙ୍କ ପୁଅ କ୍ଷୀରୋଦ କୁମାର ଦକ୍ଷିଣରା ଏବଂ ପୂର୍ଣ୍ଣଚନ୍ଦ୍ର ଦଳବେହେରାଙ୍କ ପୁଅ ସତ୍ୟବାନ ଦଳବେହେରା ଓରଫ ଷଠିଆ ବୋଲି ଜଣାଯାଇଛି । ଷଠିଆ ଦୀର୍ଘଦିନ ଧରି ଏହି କାରବାର ଚଳାଇ ଆସୁଥିବା ନେଇ ପୁଲିସ ପାଖରେ ଖବର ରହିଥିଲା । ଗତକାଲି ପୁଲିସ ଚଢ଼ାଉ କରି ସେମାନଙ୍କୁ ଧରିଥିବା ବେଳେ ୮୦ଟି ବ୍ରାଉନସୁଗାର ପୁଡ଼ିଆ ଜବତ କରାଯାଇଥିବା ଇଟାମାଟି ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟ ସୂଚନା ଦେଇଛନ୍ତି । ଆଜି ସେମାନଙ୍କୁ ଗିରଫ କରାଯାଇଥିବା ବେଳେ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି ।






