ନୟାଗଡ଼, (ବାଘୁଆବାର୍ତ୍ତା): ମହାମାରୀ କରୋନା ଜିଲ୍ଲାରେ ହୁ ହୁ ହୋଇ ବଢିଚାଲିଛି । ଏହାକୁ ରୋକ୍ ଦେବା ପାଇଁ ପୂର୍ବରୁ ୪୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ବିଶେଷମାନଙ୍କୁ କୋଭିଡ୍ ଭ୍ୟାକସିନ୍ ଦେବା ଆରମ୍ଭ ହୋଇଥିଲା । ତେବେ ଭ୍ୟାକସିନର ପ୍ରଥମ ଡୋଜ୍ ଦେବା ପାଇଁ ଜିଲ୍ଲା ପ୍ରଶାସନ ତତପରତା ଦେଖାଇଛି । ଜିଲ୍ଲାର ୮ଟି ବ୍ଲକରେ ଭ୍ୟାକସିନ୍ ଦେବାର ବନ୍ଦୋବସ୍ତ କରାଯାଇଛି । ଆସନ୍ତାକାଲି ଅର୍ଥାତ୍ ୫ଟି ବ୍ଲକର ୧୧ଟି ସ୍ଥାନରେ ୪୫ ବର୍ଷରୁ ଉର୍ଦ୍ଧ ବ୍ୟକ୍ତିବିଶେଷ ମାନଙ୍କ କରୋନାର ପ୍ରଥମ ଟିକାକରଣ କରାଯିବ । ଭାପୁର ବ୍ଲକର ପଦ୍ମାବତୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଦଶପଲ୍ଲା ବ୍ଲକର ଗୁଗୁଡିପଡ଼ା ସବ୍ ସେଣ୍ଟର , ଗଣିଆ ବ୍ଲକର ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ ବ୍ୟବସ୍ଥା କରାଯାଇଛି । ସେହିଭଳି ନୂଆଗାଁ ବ୍ଲକର ବାହାଡ଼ାଝୋଲା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ମହିପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାକରଣ କରାଯିବ । ଓଡ଼ଗାଁ ବ୍ଲକର ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଡ଼ିପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ କୁରାଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମଗରବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ୍ ଟିକାକରଣ କରାଯିବ । ଯେଉଁ ବ୍ୟକ୍ତିମାନେ ୪୫ବର୍ଷରୁ ଉର୍ଦ୍ଧ ହୋଇଥିବେ ଏବଂ କୋଭିଡ୍-୧୯ର ପ୍ରଥମ ଡୋଜ ଆସନ୍ତା କାଲି ଅର୍ଥାତ୍ ୧୮ତାରିଖ ସକାଳୁ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।






