ନୟାଗଡ଼,(ବାଘୁଆବାର୍ତ୍ତା): ରାଜ୍ୟରେ କରୋନାକୁ ନେଇ ଆଜି ସର୍ବଦଳୀୟ ବୈଠକ ବସିଥିବା ବେଳେ ସରପଞ୍ଚଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇଛି । ସରପଞ୍ଚମାନେ ତାଙ୍କ ପଞ୍ଚାୟତରେ ସଟଡାଉନ ଏବଂ ଲକଡାଉନ କରିପାରିବେ ବୋଲି କୁହାଯାଇଛି । କରୋନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଏହି କ୍ଷମତା ପ୍ରଦାନ କରାଯାଇଛି । ଟିଏମସି ଏବଂ ଆବଶ୍ୟକୀୟ ବ୍ୟବସ୍ଥା କରି କରୋନା ସଂକ୍ରମଣ ରୋକିବାକୁ ପଦକ୍ଷେପ ନେଇପାରିବେ ବୋଲି ଜଣାଯାଇଛି ।






