Saturday, June 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆମ୍ବୁଲାନ୍ସ ଦର ନିର୍ଦ୍ଧାରଣ କଲେ ସରକାର

by ସଞ୍ଜୟ ସ୍ୱାଇଁ
May 17, 2021
in State
ଆମ୍ବୁଲାନ୍ସ ଦର ନିର୍ଦ୍ଧାରଣ କଲେ ସରକାର
291
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ରାଜ୍ୟରେ କାୟା ମେଲାଉଛି ମହାମାରୀ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ତେବେ ଏହି ମହାମାରୀ ସମୟରେ ଆକ୍ରାନ୍ତଙ୍କୁ ହସ୍ପିଟାଲ ନେବା ଓ ସୁସ୍ଥ ହେବା ପରେ ଘରକୁ ଆଣିବା ପାଇଁ ଆମ୍ବୁଲାନ୍ସ ଚାଳକମାନେ ନିଜ ଇଚ୍ଛା ମୁତାବକ ଦର କହୁଛନ୍ତି । ଯାହାକୁ ଦୃଷ୍ଟି ରଖି ଆଜି ସରକାରଙ୍କ ପକ୍ଷରୁ ଆମ୍ବୁଲାନ୍ସ ଦର ନିର୍ଦ୍ଧାରଣ କରାଯାଇଛି । ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସ ପାଇଁ ଦର ନିର୍ଦ୍ଧାରଣ କରାଯାଇଛି । ଦର ନିର୍ଦ୍ଧାରଣ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି । ପ୍ରଥମ ୧୦ କିମି ପାଇଁ ଦର ନିର୍ଦ୍ଧାରଣ କରାଯାଇଛି । ମାରୁତି ଓମିନି ଭଳି ଛୋଟ ଆମ୍ବୁଲାନ୍ସରେ ୧୦ କିମି ମଧ୍ୟରେ ଭଡା ୭୫୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି । ସାଧାରଣ ଲାଇଫ ସପୋର୍ଟ ସିଷ୍ଟମ ଥିବା ଛୋଟ ଆମ୍ବୁଲାନ୍ସ ୧୦ କିମିକୁ ୧୦୦୦ ଟଙ୍କା ଦର ଧାର୍ଯ୍ୟ କରାଯାଇଛି । ବୋଲେରୋ ଭଳି ମଧ୍ୟମ ବର୍ଗର ଆମ୍ବୁଲାନ୍ସ ୧୦୦୦, ଲାଇଫ ସପୋର୍ଟ ସିଷ୍ଟମ ଥିଲେ ୧୫୦୦ ଟଙ୍କା । ୱିଙ୍ଗର ଭଳି ବଡ ଆମ୍ବୁଲାନ୍ସ ୧୦ କିମିକୁ ୧୨୫୦, ଲାଇଫ ସପୋର୍ଟ ସିଷ୍ଟମ ଥିଲେ ୨୦୦୦ ଟଙ୍କା ଏବଂ ବଡ଼ ଆମ୍ବୁଲାନ୍ସରେ ଆଡଭାନ୍ସ ଲାଇଫ ସପୋର୍ଟ ସିଷ୍ଟମ ଥିଲେ ୧୦ କିମିକୁ ୩ ହଜାର ଟଙ୍କା ଦର ଧାର୍ଯ୍ୟ କରାଯାଇଛି । ତେବେ ପ୍ରଥମ ୧୦ କିମି ପାଇଁ ଦର ନିର୍ଦ୍ଧାରଣ କରାଯାଇଥିବାବେଳେ ପରବର୍ତ୍ତୀ କିମି ପାଇଁ ଅତିରିକ୍ତ ଦେୟ ଦେବାକୁ ପଡିବ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!