Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୁମ୍ବାଇ ବିମାନ ବନ୍ଦର ବନ୍ଦ: ରାତି ୧୦ ପରେ ଛୁଇଁବ ‘ତଉକତେ’

by ସଞ୍ଜୟ ସ୍ୱାଇଁ
May 17, 2021
in NATIONAL NEWS
ମୁମ୍ବାଇ ବିମାନ ବନ୍ଦର ବନ୍ଦ: ରାତି ୧୦ ପରେ ଛୁଇଁବ ‘ତଉକତେ’
288
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ମୁମ୍ବାଇ ନିକଟ ଆରବ ସାଗର ଉପର ଦେଇ ସାମୁଦ୍ରିକ ବାତ୍ୟା ‘ତଉକତେ’ ପ୍ରବାହ ହେବାର ଆଶଙ୍କା ଥିବାରୁ ଆଜି ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁମ୍ବାଇ ବିମାନ ବନ୍ଦର ବନ୍ଦ ପାଇଁ ନିଷ୍ପତ୍ତି ନିଆଯାଇଛି । ବାତ୍ୟା ପ୍ରବାହ କାରଣରୁ ମୁମ୍ବାଇରେ ପ୍ରବଳ ବର୍ଷା ବର୍ଷିବା ସହ କ୍ଷିପ୍ର ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ଲୋକମାନଙ୍କୁ ଘରୁ ନ ବାହାରିବାକୁ ‘ବିଏମସି’ ଓ ମୁମ୍ବାଇ ପୁଲିସ କହିଛନ୍ତି । ସେହିଭଳି, ମୁମ୍ବାଇର ମନୋରେଲ ସେବା ମଧ୍ୟ ଆଜି ପାଇଁ ବାତିଲ କରାଯାଇଛି । ମୁମ୍ବାଇର କେତେକ ସ୍ଥାନରେ ଦୃଶ୍ୟତା ୭୦୦ ମିଟରରୁ କମ ହୋଇଥିବାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଛତ୍ରପତି ଶିବାଜି ମହାରାଜ ଇଣ୍ଟରନ୍ୟାସନାଲ ବିମାନ ବନ୍ଦର ସମସ୍ତ ବିମାନ ଚଳାଚଳ ବନ୍ଦ ରଖିଛି । ଏହାଛଡା ଏଠାରେ ଅବତରଣ କରିବାକୁ ଥିବା ତିନୋଟି ବିମାନ ସେମାନଙ୍କର ଗନ୍ତବ୍ୟସ୍ଥଳ ପରିବର୍ତ୍ତନ କରିଛନ୍ତି । ସ୍ପାଇସଜେଟକୁ ସୁରଟ ଓ ଇଣ୍ଡିଗୋ ବିମାନକୁ ହାଇଦ୍ରାବାଦ ପଠାଇ ଦିଆଯାଛି । ଲକ୍ଷେ୍ନøରୁ ଆସିଥିବା ଅନ୍ୟ ଏକ ଇଣ୍ଡିଗୋ ବିମାନ ପୁନର୍ବାର ଲକ୍ଷେ୍ନøକୁ ଫେରିଯାଇଛି । ଏହାଛଡା, ସୁରତ ବିମାନ ବନ୍ଦର ମଧ୍ୟ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ରହିଛି । ଅତି ଉଗ୍ର ସାମୁଦ୍ରିକ ବାତ୍ୟା ପାଲଟିଯାଇଥିବା ‘ତଉକତେ’ ଆଜି ରାତି ୧୦ ରୁ ୧୧ ମଧ୍ୟରେ ଗୁଜରାଟର ଭାବନଗର ଠାରେ ସ୍ଥଳଭାଗରେ ପ୍ରବେଶ କରିବାର ସମ୍ଭାବନା ଥିବା କଥା ପାଣିପାଗ ବିଭାଗ ଆକଳନ କରିଛି । ବାତ୍ୟା ସମୁଦ୍ର ମଧ୍ୟରେ ୧୮୦ ରୁ ୧୯୦ କି.ମି. ବେଗରେ ବହୁଥିବା ପାଣିପାଗ ବିଭାଗ ଅନୁମାନ କରିଛି । ଏହା ଲ୍ୟାଣ୍ଡଫଲ କରିବାପରେ ବହୁ କ୍ଷୟକ୍ଷତି ହେବାର ଆଶଙ୍କା କରାଯାଉଛି । ୫ଟି ରାଜ୍ୟକୁ ସତର୍କ ରହିବାକୁ ସୂଚନା ଦିଆଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!