Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଦିଲ୍ଲୀ ପୋଷ୍ଟର ମାମଲା: ପୁଲିସ ଗିରଫଦାରୀକୁ ନେଇ ସୁପ୍ରିମକୋର୍ଟରେ ମାମଲା

by ସଞ୍ଜୟ ସ୍ୱାଇଁ
May 17, 2021
in Nayagarh
ସରକାରଙ୍କୁ ସୁପ୍ରିମ କୋର୍ଟଙ୍କ ପ୍ରଶ୍ନ: ଜୀବିକା ପାଇଁ ଜନସାଧାରଣଙ୍କୁ ଭେଟୁଥିବା ପେସାଧାରୀଙ୍କୁ ଟିକା ପ୍ରାଥମିକତା ମିଳିବ କି?
109
VIEWS
Share on FacebookShare on Twitter

ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାଲୋଚନାମୂଳକ ପୋଷ୍ଟର ପ୍ରସଙ୍ଗ ସୋମବାର ସୁପ୍ରିମକୋର୍ଟରେ ପହଞ୍ଚିଛି । ରାଷ୍ଟ୍ରୀୟ ରାଜଧାନୀ ଦିଳ୍ଲୀରେ ଲାଗିଥିବା ଏହି ପୋଷ୍ଟର ଲାଗି ପୁଲିସ ବିଭିନ୍ନସ୍ଥାନରୁ ୨୫ ଜଣଙ୍କୁ ଗିରଫ କରିଛି । ଏଭଳି ପୋଷ୍ଟର ଲଗାଇବା ପଛରେ କାହାର ହାତ ରହିଛି ତାକୁ ନେଇ ପୁଲିସ ତଦନ୍ତ ଜାରି ରଖିଛି । ତେବେ ପୋଷ୍ଟରକୁ ନେଇ ସୋମବାର ସୁପ୍ରିମକୋର୍ଟରେ ଏକ ପିଟିସନ ରୁଜୁ ହୋଇଛି । ପୁଲିସ ଏତଲ୍ଲା ରଦ୍ଦ ଲାଗି ସୁପ୍ରିମ କୋର୍ଟରେ ନିବେଦନ କରାଯାଇଛି । ଅଭିବ୍ୟକ୍ତି ସ୍ୱାତନ୍ତ୍ରତା ଆଧାରରେ ଆବେଦନକାରୀ ପ୍ରଦୀପ କୁମାର ଏହି ପିଟିସନ ଦାୟର କରିଛନ୍ତି । ଆବେଦନରେ ସେ ଉଲ୍ଲେଖ କରିଛନ୍ତି ଯେ ସରକାରଙ୍କ ଭାକ୍ସିନେସନ ପଲିସି ଉପରେ ପ୍ରଶ୍ନ ଉଠାଉଥିବା ପୋଷ୍ଟର ବିରୋଧୀରେ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ ବନ୍ଦ ଲାଗି ପ୍ରଥମେ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ । ପ୍ରସଙ୍ଗରେ ଦିଲ୍ଲୀ ପୋଲିସର ଏତଲ୍ଲା ରଦ୍ଦ କରିବାକୁ ମଧ୍ୟ ପ୍ରଦୀପ ଦାବି କରିଛନ୍ତି । ଭାକ୍ସିନେସନ ସମ୍ପର୍କିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମାଲୋଚନାମୂଳକ ପୋଷ୍ଟର ଦିଲ୍ଲୀର ଅନେକ ଜିଲ୍ଲାରେ ଲାଗିଥିଲା । ମାମଲାରେ ପୋଲିସ ୨୫ଟି ଏଫଆଇଆର ରୁଜୁ କରିବା ସହ ୨୫ ଜଣଙ୍କୁ ଗିରଫ କରିଛି । ଦିଲ୍ଲୀ ପୋଲିସ ଅନୁସାରେ ରାଷ୍ଟ୍ରୀୟ ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କ ସମାଲୋଚନାମୂଳକ ପୋଷ୍ଟର ଆମ ଆଦମୀ ପାର୍ଟି(ଏଏପି) ର କାର୍ଯ୍ୟକର୍ତ୍ତା ଓ ନେତାମାନେ ଲଗାଇଥିବା ଜଣାପଡିଛି । ତେବେ ଏହି ସବୁ ପୋଷ୍ଟରରେ ଏହାକୁ ଛପାଇଥିବା ପ୍ରିଣ୍ଟିଂ ପ୍ରେସର ନାମ ମଧ୍ୟ ନାହିଁ । ତେବେ ତଦନ୍ତରୁ ମୋତି ନଗର ନିବାସୀ ପ୍ରସାନ୍ତ କୁମାରଙ୍କ ନିର୍ଦ୍ଦେଶରେ ଏହି ସବୁ ପୋଷ୍ଟର ରାଜଧାନୀର ବିଭିନ୍ନ ସ୍ଥାନରେ ଲଗାଯାଇଥିଲା । ପ୍ରଶାନ୍ତ କୁମାର ଏଏପିର କାର୍ଯ୍ୟକର୍ତ୍ତା ଓ ରାକେଶ ଯୋଶୀଙ୍କ ସହଯୋଗୀ । ଯୋଶୀଙ୍କୁ ମଧ୍ୟ ମାମଲାର ଯାଞ୍ଚରେ ଅନ୍ତର୍ଭୁକ୍ତ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!