Sunday, June 28, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗୋଟିଏ ଦିନରେ ଗଲାଣି ୪ ଜୀବନ

by ସଞ୍ଜୟ ସ୍ୱାଇଁ
May 16, 2021
in Nayagarh
ଗୋଟିଏ ଦିନରେ ଗଲାଣି ୪ ଜୀବନ
1.7k
VIEWS
Share on FacebookShare on Twitter

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନା ସ୍ଥିତି ଭୟଙ୍କର ସ୍ଥିତିରେ ପହଞ୍ଚିଥିବା ବେଳେ କୋଭିଡ୍ ଓ ଅଣକୋଭିଡ୍ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ଗିରିଡ଼ିପଲ୍ଲୀ ପଞ୍ଚାୟତ ଝାଡ଼ସାହି ଗ୍ରାମରେ ୪ ଜଣ ବ୍ୟକ୍ତି ଆଜି ମୃତ୍ୟୁ ବରଣ କରି ସାରିଥିବା ଜଣାଯାଇଛି । ଏନେଇ ନୟାଗଡ଼ ଜିଲ୍ଲା ପ୍ରଶାସନ ଜ୍ଞାତ ବା ଅଜ୍ଞାତ ଅଛି ତାହା ପରିତାପର ବିଷୟ ପାଲଟିଥିବା ବେଳେ ଗାଁରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଉକ୍ତ ଗ୍ରାମଟି କଣ୍ଟେନମେଣ୍ଟ ଜୋନ ମଧ୍ୟରେ ରହିଛି । ଗାଁରେ ଅନେକ ସଂଖ୍ୟକ କରୋନା ଆକ୍ରାନ୍ତ ବ୍ୟକ୍ତି ରହିଥିବା ବେଳେ ବହୁ ଲୋକ ଜ୍ୱରରେ କୁହୁକୁଛନ୍ତି । ଏଭଳି ସ୍ଥିତିରେ ଆଜି ଗାଁରୁ ୪ ଜଣଙ୍କ ଜୀବନ ଯିବା ଏକ ଭିନ୍ନ ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ସକାଳୁ ଗ୍ରାମର ଜଣେ କରୋନା ଆକ୍ରାନ୍ତ ବ୍ୟକ୍ତି ଚାନ୍ଦପୁର କୋଭିଡ୍ ହସ୍ପିଟାଲଠାରେ ମୃତ୍ୟୁ ବରଣ କରିଥିଲେ । ଏହା ପରେ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ମହୀପୁର ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ମୃତ୍ୟୁ ଘଟିଛି। ମୃତ୍ୟୁ ପରେ ତାଙ୍କର କୋଭିଡ୍ ପଜିଟିଭ ବାହାରିଥିବା ସ୍ଥାନୀୟ ଜନପ୍ରତିନିଧି ସୂଚନା ଦେଇଛନ୍ତି । ମହିପୁର ଡାକ୍ତରଖାନାରେ ମୃତ୍ୟୁ ଘଟିଥିବା ବ୍ୟକ୍ତି ୫୦ ବର୍ଷ ବୟସ୍କ ବୋଲି ଜଣାଯାଇଛି । ସେହିଭଳି ଭାବେ ଗ୍ରାମରେ ଆଜି ଜଣେ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ସେ ଜ୍ୱରରେ ଆକ୍ରାନ୍ତ ଥିବା ସୂଚନା ମିଳିଛି । ବୃଦ୍ଧ ବ୍ୟକ୍ତିଙ୍କ ଶବକୁ ଗ୍ରାମରେ ସତ୍କାର କରା ସରିଥିବା ଜଣାଯାଇଛି । ସେହିଭଳି ଭାବେ ଅପରାହ୍ନରେ ଜଣେ ୫୨ ବର୍ଷିୟ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ଜଗନ୍ନାଥପ୍ରସାଦ ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଛି । ଫଳରେ ପରିବାର ଓ ସଂମ୍ପର୍କୀୟମାନେ ତାଙ୍କ ଶବକୁ ଗାଁକୁ ଫେରାଇ ଆଣିଥିବା ବେଳେ ଗ୍ରାମରେ ଭୟ ଓ ଆତଙ୍କ ସୃଷ୍ଟି ହୋଇଛି । କଣ୍ଟେନମେଣ୍ଟ ଜୋନରେ ଥିବା ଗୋଟିଏ ଗାଁରେ ଗୋଟିଏ ଦିନରେ ୪ ଜଣ ବ୍ୟକ୍ତି ମୃତ୍ୟୁ ଘଟିବା କରୋନା ଭୟାବହତାକୁ ସ୍ପଷ୍ଟ କରୁଛି । ଗ୍ରାମରେ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ବେଳେ କୈାଣସି ପ୍ରଶାସନିକ ଅଧିକାରୀ ଗ୍ରାମରେ ପହଞ୍ଚିନଥିବା ଜଣାଯାଇଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!