କଟକ ,(ବାଘୁଆବାର୍ତ୍ତା): ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଛି । ଖବର ପାଇ ଅଗ୍ନଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ରଖିଛନ୍ତି । ସୂଚନାନୁସାରେ, କଟକ ଜିଲ୍ଲା ଆଠଗଡ଼ ଥାନା ଅନ୍ତର୍ଗତ କନ୍ଦରପୁର ନଦୀ ଘାଟରେ ଯୁବକ ଜଣକ ନଦୀ ବୁଡ଼ି ନିଖୋଜ ହୋଇଯାଇଛନ୍ତି । ନଦୀରେ ବୁଡ଼ିଯାଇଥିବା ଯୁବକ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା ଝୁମ୍ପୁଡିଆ ଗାଁର କୃଷ୍ଣ ଦଳେଇ । ଖବର ପାଇ ଆଠଗଡ଼ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନଦୀରେ ଉଦ୍ଧାର କାର୍ଯ୍ୟ ରଖିଥିବା ସୂଚନା ମିଳିଛି ।






