Wednesday, September 23, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କାଲି ଯିଏ କଷ୍ଟ ପାଉଥିଲା, ଆଜି ସିଏ କଷ୍ଟ ପାଉଥିବା ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଉଛନ୍ତି

by ସଞ୍ଜୟ ସ୍ୱାଇଁ
May 16, 2021
in Health, Lifestyle
କାଲି ଯିଏ କଷ୍ଟ ପାଉଥିଲା, ଆଜି ସିଏ କଷ୍ଟ ପାଉଥିବା ଲୋକଙ୍କୁ ସାହାଯ୍ୟର ହାତ ବଢ଼ାଉଛନ୍ତି
146
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ଭୋକ କେତେ କଷ୍ଟ ଦିଏ, ଖାଦ୍ୟ ପାଇଁ କେମିତି ସଂଘର୍ଷ କରିବାକୁ ହୁଏ, ତାହା ଏମାନଙ୍କଠୁ ଆଉ କିଏ ବା ଅଧିକ ଜାଣିଥିବ । ଆଉ ସେଇଥିପାଇଁ ତ ଯିଏ କାଲି ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ଥିଲେ, ଆଜି ସିଏ ଅନେକ ଅସହାୟଙ୍କ ସାହାରା ସାଜିଛନ୍ତି । ଜୀବନ ଜିଇଁବାକୁ ଯିଏ କାଲି ରାସ୍ତାକଡରେ ହାତପାତି ଭିକ ମାଗୁଥିଲେ, ଆଜି ସିଏ ଦୁଃଖକଷ୍ଟରେ ଥିବା ଲୋକଙ୍କ ମୁହଁରେ ଦାନା ଯୋଗାଉଛନ୍ତି । ଅକ୍ଷୟ ପାତ୍ର ଫାଉଣ୍ଡେସନ ପକ୍ଷରୁ, ଅସହାୟ ଏବଂ ଭୋକରେ ଥିବା ଲୋକଙ୍କ ପାଖରେ ଖାଦ୍ୟସାମଗ୍ରୀ ପହଞ୍ଚାଇବାର କାର୍ଯ୍ୟ କରାଯାଉଛି । ତେବେ ଏହି ଫାଉଣ୍ଡେସନରେ କାମ କରୁଥିବା କର୍ମଚାରୀ, କାଲିଯାଏଁ ଖାଦ୍ୟ ପାଇଁ ସଂଘର୍ଷ କରୁଥିଲେ । କିନ୍ତୁ ଆଜି ଏମାନେ ଭୋକ ଉପାସାରେ ଦିନ କାଟୁଥିବା ଅସହାୟଙ୍କ ପାଇଁ ମସିହା ସାଜିଛନ୍ତି । କରୋନା ଭଳି ସଙ୍କଟ ସମୟରେ ଏମାନେ ନିଜେ ଆତ୍ମନିର୍ଭରଶୀଳ ହେବା ସହ ଭୋକିଲାଙ୍କ ପାଇଁ ଖାଦ୍ୟ ପ୍ରସ୍ତୁ କରୁଛନ୍ତି । ଦକ୍ଷତା ବିକାଶ ଏବଂ ଜୀବିକା ବିକାଶ ନିଗମ ଗତ ଜାନୁଆରୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆରମ୍ଭ କରିଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ବେଗର ଫ୍ରି ସିଟି ଅର୍ଥାତ ଭିକାରୀମୁକ୍ତ ସହର । ସେମାନଙ୍କୁ ରୋଷେଇ କରିବାର ତାଲିମ ଦିଆଯାଇଥିଲା । ଏହି ସମୟରେ ସେମାନଙ୍କୁ ଖାଇବା ରହିବା ସହିତ ଦିନକୁ ୨୨୫ ଟଙ୍କା ଷ୍ଟାଇପେଣ୍ଡ ପ୍ରଦାନ କରାଯାଉଥିଲା । ଆଉ ଏହି କାରଣରୁ ସେମାନେ ଏବେ ମହାମାରୀ ବେଳେ ଅସହାୟଙ୍କୁ ମାଗଣା ସେବା ଯୋଗାଇବା ପାଇଁ ସକ୍ଷମ ହୋଇପାରିଛନ୍ତି । କରୋନା ସଙ୍କଟ ବେଳେ ଅସହାୟ ଏବଂ ଭୋକିଲାଙ୍କ ପେଟ ପୂରାଇ ସମସ୍ତଙ୍କ ମନ ଜିଣିପାରିଛନ୍ତି ଏମାନେ । ଭୋକିଲାର କଷ୍ଟ ଏମାନଙ୍କଠୁ କିଏବା ଅଧିକ ଜାଣିପାରିବ । କାହିଁକି ଭୋକରେ ଏମାନେ ବି ଶୋଇଛନ୍ତି, କଷ୍ଟରେ ଜୀବନ ଜିଇଁଛନ୍ତି । ଆଉ ସେଇଥିପାଇଁ ଭୋକିଲାଙ୍କ ପାଖରେ ମାଗଣାରେ ଖାଦ୍ୟ ପହଞ୍ଚାଇ ଦେଉଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!