ଗଞ୍ଜାମ, (ବାଘୁଆବାର୍ତ୍ତା): ହୁ ହୁ ହୋଇ ବଢୁଛି ମହାମାରୀ କରୋନା ସଂକ୍ରମଣଙ୍କ ସଂଖ୍ୟା । କରୋନାର ତାଡନାରେ ସମସ୍ତେ ଛଟପଟ ହେଉଥିବା ବେଳେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଏହି କ୍ରମରେ ଗଞ୍ଜାମ ଜିଲ୍ଲାପାଳ ଆଉ ପାଦେ ଆଗକୁ ବଢି ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ବରିଷ୍ଠ ନାଗରିକମାନଙ୍କ ଘରକୁ ଘର ବୁଲି କୋଭିଡ୍ ଟିକା ଦିଆଯିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି । ଏଭଳି ଟିକାକରଣ ଆସନ୍ତା ସୋମବାର ଠାରୁ ଆରମ୍ଭ ହେବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟୁଇଟ୍ ମାଧ୍ୟମରେ ସୂଚନା ଦେଇଛନ୍ତି ।






