ଭୁବନେଶ୍ୱର (ବାଘୁଆବାର୍ତ୍ତା): ଅନୁଗୁଳ ଏସଡିପିଓ ଅଶ୍ୱନୀ କୁମାର ମହିଳା ଇନ୍ସପେକ୍ଟରଙ୍କ ସହ ରାସଲୀଳା ଭାରି ପଡିଛି । ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛି ରାଜ୍ୟ ପୁଲିସ । ତାଙ୍କୁ କଟକ ପିସିଆର ସେଲକୁ ବଦଳି କରାଯାଇଛି । ସେଠାରେ ସେ ଡେପୁଟି ଏସପି ଭାବେ କାର୍ଯ୍ୟ କରିବେ । ଏନେଇ ଆଜି ଓଡିଶା ପୁଲିସର ମୁଖ୍ୟାଳୟରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ସୂଚନା ଥାଉ କି, ଏସଡିପିଓଙ୍କ ସ୍ତ୍ରୀ ମମତା ସାହୁ ଖୋଦ ଏହି ରାସଲୀଳା ଖୁଲାସା କରିଥିଲେ । ଚଳିତ ମାସ ପ୍ରଥମ ସପ୍ତାହରେ ଶ୍ରୀମତି ସାହୁ ପୁଲିସ ଡିଜିଙ୍କୁ ନିକଟରେ ଏନେଇ ଫେରାଦ ହୋଇଥିଲେ । ପରକୀୟା ପ୍ରୀତି ଯୋଗୁଁ ତାଙ୍କ ସ୍ୱାମୀ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ଆଣିଥିଲେ । ଗତ ୭ ତାରିଖରେ ଚନ୍ଦ୍ରଶେଖରପୁର ଥାନାରେ ସ୍ୱାମୀଙ୍କ ନାଁରେ ଏକ ଏତାଲା ଦେଇଥିଲେ । ଯେଉଁଥିରେ ଶ୍ୱଶୁର ଘର ଲୋକ ତାଙ୍କୁ ଓ ପୁଅକୁ ମାଡ଼ ମାରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଅଭିଯୋଗ କରିଥିଲେ । ଏହାବାଦ ସେ ଦାବି ରଖିଥିଲେ ଯେ, ପୁଅର ଭରଣପୋଷଣ ସହ ତୁରନ୍ତ ଶ୍ୱଶୁର ଘର ଲୋକଙ୍କୁ ଗିରଫ କରାଯାଉ । ସ୍ୱାମୀଙ୍କୁ ଚାକିରିରୁ ବହିଷ୍କାର କରାଯାଉ ।






