ଓଡ଼ଗାଁ ,(ବାଘୁଆବାର୍ତ୍ତା): ମହାମାରୀ କରୋନା ସଂକ୍ରମିତ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସଚେତନା କରାଯାଉଥିଲେ ମଧ୍ୟ କେତେକ ଅମାନିଆ ଯୋଗୁଁ ସଂଖ୍ୟା ଓଡ଼ଗାଁ ବ୍ଲକ୍ରେ ଆକ୍ରାନ୍ତ ସଂଖ୍ୟା ଦୃତ୍ର ଗତିରେ ମାଡି ଚାଲିଛି । ଓଡ଼ଗାଁ ତହସିଲଦାର ବିଜୟୀତା ସାମନ୍ତସିଂହାର କୁରାଳ ପଞ୍ଚାୟତର ନାଠିଆପଲ୍ଲୀ ଗ୍ରାମକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି । ସୂଚନାନୁସାରେ, ଓଡ଼ଗାଁ ବ୍ଲକ୍ ଅନ୍ତର୍ଗତ କୁରାଳ ପଞ୍ଚାୟତ ଅଧିନରେ ଥିବା ନାଠିଆପଲ୍ଲୀ ଗ୍ରାମରେ କରୋନା ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ଏହାକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଗ୍ରାମକୁ ବିଶୋଧନ କରାଯିବା ସହିତ ପତ୍ର୍ୟେକ ଘରକୁ ଘର ବୁଲି କୋଭିଡ୍ ପରୀକ୍ଷା କରାଯିବ । କୌଣସି ଜନସାଧାରଣ ଘରୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି । ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯିବ । ଉକ୍ତ ଅଞ୍ଚଳରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ । ଯଦି କୌଣସି ବ୍ୟକ୍ତି ଏଥିରେ ଖିଲାପ କରନ୍ତି, ପୁଲିସ୍ ପକ୍ଷରୁ ସେହି ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।





