ନୟାଗଡ଼ (ବାଘୁଆବାର୍ତ୍ତା): ନୟାଗଡ଼ ସହରର କିଛି ଆଗ୍ରହୀ ଯୁବକ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଛି ହେଲପିଙ୍ଗ ହାଣ୍ଡସ ଗୃପ । ମୁଖ୍ୟତଃ ଗରିବ ଅସହାୟ ମାନଙ୍କୁ ଅସମୟରେ ସାହାର୍ଯ୍ୟର ହାତ ବଢ଼ାଉଛନ୍ତି ଏହି ଯୁବ ଗୋଷ୍ଠି । କରୋନାର ଲକଡାଉନ ସମୟରେ କିଛି ସୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ଆଜି ନୟାଗଡ଼ ସହରର ବିଭିନ୍ନ ସ୍ଥାନରେ ୧୦୦ ରୁ ଉଦ୍ଧ୍ୱର୍ ଲୋକଙ୍କୁ ସୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି । ବ୍ରେଡ, କଦଳୀ, ବିସ୍କେଟ, ପାଣି ବଟଲ, ପ୍ରଭୃତି ଏଥିରେ ସାମିଲ ରହିଛି । ନୟାଗଡ଼ ମୁଖ୍ୟ ଡାକ୍ତରଖାନା ଭିତରେ ଥିବା ରୋଗୀମାନଙ୍କୁ ବଣ୍ଟନ କରିବା ସହ ନୟାଗଡ଼ ସହରର ବିଭିନ୍ନ ସ୍ଥାନରେ ଏହି ସେବା କାର୍ଯ୍ୟ ଜାରି ରଖିଛନ୍ତି । ଯାହାକୁ ନେଇ ବୁଦ୍ଧିଜିବୀ ମହଲରେ ପ୍ରଶଂସା କରାଯାଇଛି ।






