ନୟାଗଡ଼ (ବାଘୁଆବାର୍ତ୍ତା): ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଉପଲକ୍ଷେ ଆଜି ନୟାଗଡ଼ ବ୍ଳକ ଅନ୍ତର୍ଗତ ବାଲୁଗାଁ ପଞ୍ଚାୟତର ଖେଡପଡାରେ ଅଖିମୁଠି ଅନୁକୁଳ କରିଛନ୍ତି ରଜ୍ୟ ସରକାରଙ୍କ କୃଷି ମନ୍ତ୍ରୀ ଡ.ଅରୁଣ କୁମାର ସାହୁ । ଆଜିର ଦିନରେ ମନୁଷ୍ୟ ସମାଜରେ ସୁଖ, ସମୃଦ୍ଧି ଓ ସୌଭାଗ୍ୟ ବୃଦ୍ଧି ହେଉ ଏବଂ ତାହା ଅକ୍ଷୟ ରହୁ ବୋଲି କାମନା କରାଯାଏ । ଓଡିଶାରେ ଏହି ଦିନଟିର ମାହାତ୍ମ୍ୟ ଆହୁରି ଅଧିକ । ବିଶେଷ କରି କୃଷି ପ୍ରଧାନ୍ୟ ରାଜ୍ୟ ହୋଇଥିବାରୁ କୃଷି ଭିତ୍ତିକ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ଆଜିର ଦିନରେ ଅକ୍ଷି ମୁଠି ଅନୁକୂଳ କରାଯାଏ । ଚାଷୀମାନେ ନୂଆ ଧାନ ନେଇ ନିଜ କ୍ଷେତରେ ବୁଣି ହଳ କରିଥାନ୍ତି । ଏଥିସହ ଧରିତ୍ରୀ ମାତା ଓ ଭୂମିଜାଙ୍କର ପୂଜା କରିଥାନ୍ତି । ଏହି ଦିନ ଶ୍ରୀ ଜଗନ୍ନାଥଙ୍କ ୪୨ ଦିନ ବ୍ୟାପି ଚାଲିବାକୁ ଥିବା ଚନ୍ଦନ ଯାତ୍ରାର ଶୁଭାରମ୍ଭ ହୋଇଥାଏ । ଏହି ପର୍ବ ହେଉଛି କୃଷିର ପରମ୍ପରା, ଚାଷୀ ମାନଙ୍କୁ ସମ୍ମାନ ଦେବା ତଥା ଚାଷକୁ ସମ୍ମାନ ଦେବା ନିହାତି ଆବଶ୍ୟକ । ଚାଷୀକୁଳ ହେଉଛନ୍ତି ଅନ୍ନଦାତା । ଅକ୍ଷୟତୃତୀୟା ଠାରୁ ପଣା ସଂକ୍ରାନ୍ତି ପର୍ଯ୍ୟନ୍ତ ବିଭିନ୍ନ ମାସରେ ପଡୁଥିବା କୃଷି ଭିତ୍ତିକ କାର୍ଯ୍ୟକୁ ପାଳନ କରାଯାଏ । ଖରିଫ ଋତୁର ପ୍ରଥମ ଭାଗରୁ ଅଖିମୁଠି ଅନୁକୁଳ କରାଯାଏ । ଗତବର୍ଷ ଚାଷୀ ମାନଙ୍କ ଲାଗି ଓଡିଶା କୃଷି କ୍ଷେତ୍ରରେ ଏକ ବଳକା ରାଜ୍ୟ ଭାବେ ଆଗେଇଛି । କରୋନା ସମୟରେ କୃଷିକୁ ପ୍ରାଧାନ୍ୟ ଦିଆଯାଇଛି । କୃଷକ ମାନଙ୍କ ଲାଗି ରାଜ୍ୟର ସମ୍ମାନ ବଢ଼ିଛି । ସେମାନଙ୍କ ଲାଗି ସାରା ଭାରତ ବର୍ଷରେ ଓଡିଶା ଆଜି ଚତୁର୍ଥ ସ୍ଥାନରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୃଷକ ମାନଙ୍କୁ ଅଧିକ ସମ୍ମାନ ଦେଇଛନ୍ତି । ଆଜିର କୃଷି ମୁଠି ଅନୁକୁଳ ଅବସରରେ କୃଷି ମନ୍ତ୍ରୀ ଡ.ଅରୁଣ କୁମାର ସାହୁ କୃଷକ ମାନଙ୍କ ଏହି ବାର୍ତ୍ତା ରଖିଛନ୍ତି । ଆଜିର କୃଷି ମୁଠି ଅନୁକୁଳରେ କରୋନା କଟକଣାକୁ ମାନି ନୟାଗଡ଼ ଜିଲ୍ଲା ବିଜୁ କୃଷକ ଜନତା ଦଳର ସଭାପତି ଜଗନ୍ନାଥ ପଣ୍ଡା, ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୁବାଶ ଚନ୍ଦ୍ର କଅଁର ପ୍ରମୁଖ ଯୋଗଦେଇଥିଲେ ।






