Thursday, September 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବେସାହାରଙ୍କୁ ସାହାରା ଦେବେ ଶିବରାଜ ସରକାର….

by ସଞ୍ଜୟ ସ୍ୱାଇଁ
May 14, 2021
in Health, NATIONAL NEWS
ବେସାହାରଙ୍କୁ ସାହାରା ଦେବେ ଶିବରାଜ ସରକାର….
189
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ବେସାହାରାଙ୍କୁ ସାହାର ଦେବେ ଶିବରାଜ ସରକାର । ଗରିବ ପରିବାରକୁ ମାସକୁ ମିଳିବ ୫ ହଜାର ଟଙ୍କା । କରୋନା ମହାମାରୀରେ ଯେଉଁ ପିଲାମାନଙ୍କ ମୁଣ୍ଡ ଉପରୁ ବାପା ମା’ଙ୍କ ସୁରକ୍ଷାର ହାତ ଉଠିଯାଇଛି, ସେମିତି ପିଲାମାନଙ୍କ ଅଭିଭାବକ ଏବେ ଶିବରାଜ ସରକାର ହେବେ । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏବାବଦରେ ବଡ ନିଷ୍ପତି ନେଇଛନ୍ତି । ଆଉ ଘୋଷଣା କରିଛନ୍ତି, କରୋନା ମହାମାରୀ ଭଳି ସଙ୍କଟ ବେଳେ ବେସାହାରା ହୋଇଯାଇଥିବା ପିଲାମାନଙ୍କର ଜୀବନଯାପନର ଦାୟିତ୍ୱ ବହନ କରିବେ ମଧ୍ୟପ୍ରଦେଶ ସରକାର । ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ, ଯେଉଁ ଘରେ ରୋଜଗାର କରିବାକୁ କେହି ନଥିବେ, ସେମିତି ଗରିବ ପରିବାରକୁ ପ୍ରତି ମାସ ୫୦୦୦ ଟଙ୍କାର ପେନସନ ମଧ୍ୟ ପ୍ରଦାନ କରାଯିବ । ଏପରିକି ଯେଉଁ ପିଲାମାନେ ବେସାହାରା ହୋଇପଡିଛନ୍ତି, ସେମାନେ କେମିତି ଆଗକୁ ପାଠ ପଢ଼ିବେ, ସେମାନଙ୍କର ସମସ୍ତ ଖର୍ଚ୍ଚ ବହନ କରିବେ ସରକାର । ଶିବରାଜ ସରକାର ଆହୁରି ମଧ୍ୟ ଘୋଷଣା କରିଛନ୍ତି ଯେ, ଏମିତି ସମସ୍ତ ଗରିବ ପରିବାରକୁ ମାଗଣାରେ ରାସନ ସାମଗ୍ରୀ ମଧ୍ୟ ପ୍ରଦାନ କରାଯିବ । ଏପରିକି ଯଦି କୌଣସି ପରିବାର ସରକାରଙ୍କ ଯୋଜନାର ତାଲିକାରେ ଅନ୍ତର୍ଭୁକ୍ତ ନାହାନ୍ତି, ସେମାନଙ୍କୁ ମଧ୍ୟ ମାଗଣାରେ ରାସନ ସାମଗ୍ରୀ ମିଳିବ । ଏହା ସହ ଝିଅମାନଙ୍କ ପାଇଁ ବଡ ଘୋଷଣା ମଧ୍ୟ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯେଉଁ ଝିଅମାନଙ୍କ ପରିବାରରେ କରୋନା କଷ୍ଟ ଉଜାଡିଦେଇଛି, ସେହି ଝିଅମାନଙ୍କୁ ସକ୍ଷମ କରିବା ପାଇଁ ସରକାର ନିଜ ଗ୍ୟାରେଂଟିରେ ବିନା କୌଣସି ସୁଧରେ ଋଣ ଯୋଗାଇଦେବେ । ଯେପରିକି ସେମାନେ କିଛି ମାତ୍ରାରେ ସକ୍ଷମ ହୋଇପାରିବେ । ତେବେ ନିକଟରେ ଏମିତି ଅନେକ କାହାଣୀ ସାମ୍ନାକୁ ଆସିଥିଲା, ଯେଉଁଥିରେ ସରକାର ଜାଣିବାକୁ ପାଇଥିଲେ, କରୋନା ଅନେକ ହସଖୁସିର ପରିବାରରେ ଦୁଃଖର ପାହାଡ ଅଜାଡି ଦେଇଛି । ଏପରିକି ଅନେକ ଛୋଟ ଛୋଟ ପିଲାଙ୍କୁ ବେସାହାରା କରିଦେଇଛି ମହାମାରୀ କରୋନା । କିଏ ନିଜ ପରିବାରକୁ ହରାଇଛି, ତ ଆଉ କାହାର ମୁଣ୍ଡ ଉପରୁ ବାପା ମା’ଙ୍କ ଆଶ୍ରା ହରାଇଛି । ଆଉ ଏପରି ସଙ୍କଟ ସମୟରେ ସାହାରା ସାଜିବା ପାଇଁ ସରକାର ବଡ଼ ନିଷ୍ପତି ନେଇଛନ୍ତି । କରୋନା, କଷ୍ଟର କେତେ ଯେ, କାହାଣୀ ଲେଖିଲାଣି, ତାହା ମନେପଡିଲେ ଛାତି ଥରିଉଠୁଛି । କରୋନା ସହ ସଂଘର୍ଷ ଭିତରେ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ କରିବାର ଆବଶ୍ୟକତା ରହିଛି । ଲକଡାଉନ, ସଟଡାଉନ କାରଣରୁ ଅନେକ ଗରିବ ପରିବାର ଦୁଃଖକଷ୍ଟରେ ଜୀବନ ଜିଉଁଛନ୍ତି । ଏତିକି ବେଳେ ମଧ୍ୟପ୍ରଦେଶ ସରକାରଙ୍କ ଏହି ପଦକ୍ଷେପକୁ ସମସ୍ତେ ପ୍ରଂଶସା କରୁଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!