Saturday, June 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କୋଭିସିଲ୍ଡ ଟିକା ପାଇଁ ଆସିଲା ନୂଆ ଗାଇଡଲାଇନ, ଜାଣନ୍ତୁ କେତେ ଦିନରେ ନେବେ ଡୋଜ

by ସଞ୍ଜୟ ସ୍ୱାଇଁ
May 14, 2021
in Health
କୋଭିସିଲ୍ଡ ଟିକା ପାଇଁ ଆସିଲା ନୂଆ ଗାଇଡଲାଇନ, ଜାଣନ୍ତୁ କେତେ ଦିନରେ ନେବେ ଡୋଜ
255
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): କୋଭିସିଲ୍ଡ ଟିକା ପାଇଁ ଆସିଲା ନୂଆ ଗାଇଡଲାଇନ । ସବୁ ଜିଲ୍ଲାପାଳ ଓ ସିଡିଏମଓଙ୍କୁ ଗାଇଡଲାଇନ ନେଇ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଛି । ପ୍ରଥମ ଡୋଜ ନେବାର ୮୪ ଦିନ ପରେ ଦ୍ୱିତୀୟ ଡୋଜ ନେଇପାରିବେ । ପ୍ରଥମ ଡୋଜ ନେବାର ୧୨ ସପ୍ତାହ ବା ୮୪ ଦିନ ଭିତରେ ଅନଲାଇନ ସ୍ଲଟ ବୁକିଂ ହୋଇପାରିବ ନାହିଁ । ତେବେ ପ୍ରଥମରୁ କୋୱିନରେ ସ୍ଲଟ ବୁକିଂ ହୋଇଥିଲେ ତାକୁ ବାତିଲ କରିବ ନାହିଁ କୋୱିନ । ତେଣୁ ପ୍ରଥମ ଡୋଜ ନେବାର ୮୪ ଦିନ ପରେ ଦ୍ୱିତୀୟ ଡୋଜ ନେବାକୁ କୁହାଯିବା ସହ ସ୍ଲଟକୁ ରିସିଡ୍ୟୁଲ କରିବା ପାଇଁ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଟିକା ନେଇଥିବା ବ୍ୟକ୍ତି ଜଣକ ଯଦି ୮୪ ଦିନ ପୁରିବା ପୂର୍ବରୁ ସ୍ଲଟ ବୁକିଂ କରିଥିବେ ତେବେ ସେ ଚାହିଁଲେ ସେହି ସିଡ୍ୟୁଲ ଅନୁଯାୟୀ ଟିକା ନେଇପାରିବେ । ଏହି ନୂଆ ନିୟମ ଅନୁସାରେ ଆଉ ଦ୍ୱିତୀୟ ଡୋଜ ନେବାକୁ ଭିଡ ହେବନାହିଁ । ଏଭଳି କ୍ଷେତ୍ରରେ ଏବେ ପ୍ରଥମ ଡୋଜ ନେବାକୁ ଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦିଆଯିବ । କୋଭିସିଲ୍ଡ ଟିକାର ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ବଢ଼ାଇବା ନେଇ ଗୁରୁବାର ଘୋଷଣା ହୋଇଥିଲା । ୧୨ ରୁ ୧୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ ନେବା ନେଇ ହୋଇଥିଲା ଘୋଷଣା ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!