କେନ୍ଦୁଝର (ବାଘୁଆବାର୍ତ୍ତା): କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ଗାଁ ତାରିଣୀ ମନ୍ଦିର ନିକଟରେ ଦୁର୍ଘଟଣାଗ୍ରସ୍ତ ହେଲା କାର । ଏଥିରେ ଜଣେ ଗୁରୁତର ହେବା ସହ ଅନ୍ୟ ଜଣେ ଆହତ ହୋଇଛନ୍ତି । ଗୁରୁତର ହେଲେ ତୁରୁମୁଙ୍ଗା ଥାନା କଙ୍କଡା ଗାଁର ହେମନ ମହାନ୍ତ । ଗୁରୁତର ହେମନଙ୍କୁ ତେଲକୋଇ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ତୁରୁମୁଙ୍ଗା ଥାନା ଅନ୍ତର୍ଗତ କଙ୍କଡା ଗାଁରୁ ଜଣେ ଦମ୍ପତି କାର ଯୋଗେ ତେଲକୋଇ ଆସୁଥିଲେ । ତେବେ ଓରିଆ ଗାଁ ତାରିଣୀ ମନ୍ଦିର ନିକଟରେ ସେମାନଙ୍କ କାର ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା । କାରରେ ସ୍ୱାମୀ ସ୍ତ୍ରୀ ଥିବାବେଳେ ସ୍ତ୍ରୀ ହେମନ ମହାନ୍ତ ଗୁରୁତର ହୋଇଥିବା ବେଳେ ସ୍ୱାମୀ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝରକୁ ସ୍ଥାନାନ୍ତର କରାଯାଇଛି ।






