ନୟାଗଡ଼, (ବାଘୁଆବାର୍ତ୍ତା): ଆଜି ପବିତ୍ର ଇଦ୍-ଉଲ-ଫିତର । ମୁସଲିମ୍ ସଂମ୍ପ୍ରଦାୟର ଏହା ହେଉଛି ବଡ଼ ପର୍ବ । ମହାମାରୀ କରୋନା ପାଇଁ ଫିକା ପଡିଯାଇଛି ମୁସଲିମ୍ ସମ୍ପ୍ରଦାୟର ଉତ୍ସବ ଇଦ୍-ଉଲ-ଫିତର । ମହାମାରୀ କରୋନା ରାଜ୍ୟରେ ଓ ନୟାଗଡ଼ ଜିଲ୍ଲାରେ ହୁ ହୁ ହୋଇ ବଢି ଚାଲିଥିବା ବେଳେ ମସଜିଦକୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ବାରଣ କରାଯାଇଛି । ମସଜିଦରେ ସମୂହ ନମାଜ ପାଠ କରିବାକୁ ବାରଣ କରାଯାଇଥିବା ବେଳେ ମୁସଲିମ୍ ସମ୍ପ୍ରଦାୟର ବ୍ୟକ୍ତିବିଶେଷମାନେ ଘରେ ଘରେ ଇଦ୍ ପାଳନ କରୁଛନ୍ତି । କିଛି ନିର୍ଦ୍ଧିଷ୍ଠ ଶ୍ରଦ୍ଧାଳୁଙ୍କୁ ନେଇ ମସଜିଦରେ କେବଳ ନମାଜ ପାଠ ହେଉଛି । ସେହିଭଳି ନୟାଗଡ଼ ଜିଲ୍ଲାରେ ଥିବା ସମସ୍ତ ମୁସଲିମ୍ ସମ୍ପ୍ରଦାୟର ବ୍ୟକ୍ତି ବିଶେଷମାନେ ମଧ୍ୟ କୋଭିଡ୍ କଟକଣା ପାଳନ କରି ଘରେ ଘରେ ଇଦ୍ ଉତ୍ସବ ପାଳନ କରୁଥିବା ଜଣାପଡିଛି । ଯେଉଁଠି ଦିନେ ହୋ ହାଲ୍ଲାରେ ଉତ୍ସବ ମୁଖର ହେଉଥିଲା, ସିନ୍ଦୂରିଆ ଗ୍ରାମ ସେଠି ଆଜି ଖାଁ ଖାଁ ଦେଖା ଦେଇଛି ।





