ଭୁବନେଶ୍ୱର ,(ବାଘୁଆବାର୍ତ୍ତା): ଚଳିତ ବର୍ଷର ପ୍ରଥମ ଏବଂ ଶତାଦ୍ଦୀର ବୃହତ ଚନ୍ଦ୍ର ଗହଣ ବା ବ୍ଲଡମୁନ୍ ଆସନ୍ତା ମେ ୨୬ତାରିଖରେ ଦେଖାଦେବ । ଏହି ଚନ୍ଦ୍ର ଗହଣ ୧୪ମିନି;୍ ୩୦ସେକେଣ୍ଡ ପର୍ଯ୍ୟନ୍ତ ରହିବ । ଏହି ଚନ୍ଦ୍ର ଗହଣ ଅଷ୍ଟ୍ରେଲିଆ, ପଶ୍ଚିମ ଆମେରିକା ସମେତ ଦକ୍ଷିଣ ଆମେରିକା ଏବଂ ଦକ୍ଷିଣ-ପୂର୍ବ ଏସିଆରେ ଦୃଶ୍ୟମାନ ହେବ । ଯେତେବେଳେ ପୃଥିବୀର ଛାଇ ଚନ୍ଦ୍ର ଉପରେ ପଡେ, ସେହି ସମୟରେ ତାହା ସଂପୂର୍ଣ୍ଣ ଅଦୃଶ୍ୟ ହୋଇନଥାଏ । ସେହି ସମୟରେ ସୂର୍ଯ୍ୟର ଝାପସା କିରଣ ଚନ୍ଦ୍ରପୃଷ୍ଠକୁ ଏହା କମଳା ଓ ଲାଲା ରଙ୍ଗରେ ଆଦୃତ କରିଥାଏ । ଏହା ଦେଖିବାକୁ ଲାଲ ଏବଂ ବ୍ଲପମୁନ୍ ଭାବେ ଦୃଶ୍ୟମାନ ହେବ ।





