ଓଡଗାଁ (ବାଘୁଆବାର୍ତ୍ତା): ଓଡଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୧ ନଂ ୱାର୍ଡର ଗାନ୍ଧିନଗରରୁ ଆଜି ଦିନ ୨ଟାରୁ କଣ୍ଟେନମେଣ୍ଟ ହଟାଯାଇଛି । ଏନେଇ ଓଡଗାଁ ତହସିଲଦାର ବିଜୟିତା ସାମନ୍ତ ସିଂହାର ସୂଚନା ଦେଇଛନ୍ତି । ଉକ୍ତ ଅଞ୍ଚଳରେ କୋଭିଡ ଟେଷ୍ଟ କରାଯାଇଥିଲା । ବର୍ତ୍ତମାନ ପରିସ୍ଥିତି ଠିକ ଅଛି, ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହି ଅବସରରେ ଗାନ୍ଧିନଗରର ସମସ୍ତ ବାସିନ୍ଦା ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା, ଅନାବଶ୍ୟକ କାମରେ ବାହାରକୁ ବାହାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ରହିଛି । କୋଭିଡ ନିୟମ ମାନି ଚଳପ୍ରଚଳ କରିବା ପାଇଁ ସୂଚନା ଦିଆଯାଇଛି ।






