ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଗଙ୍ଗା ନଦୀରେ ଶହ ଶହ ଶବ ଭାସିବା ଘଟଣାରେ କେନ୍ଦ୍ର ସହିତ ଦୁଇ ରାଜ୍ୟକୁ ନୋଟିସ କରିଛି ଜାତୀୟ ମାନବାଧିକାର କମିଶନ । ଏହି ଘଟଣାରେ ଉତ୍ତରପ୍ରଦେଶ ଓ ବିହାରର ମୁଖ୍ୟ ଶାସନ ସଚିବଙ୍କ ସହିତ କେନ୍ଦ୍ର ଜଳଶକ୍ତି ବିଭାଗର ସଚିବଙ୍କୁ ମଧ୍ୟ ନୋଟିସ କରାଯାଇଛି । ୪ ସପ୍ତାହ ମଧ୍ୟରେ ଏସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ନୋଟିସ କରାଯାଇଛି । ନୋଟିସରେ ପ୍ରଶାସନିକ କର୍ମଚାରୀମାନେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାରେ ବିଫଳ ହେବା ସହିତ ନଦୀରେ ଭାସୁଥିବା ଅର୍ଦ୍ଧଦଗ୍ଧ ମୃତଦେହକୁ ଚେକ କରି ନଥିବା କମିଶନ କହିଛନ୍ତି । ନୋଟିସରେ ଦର୍ଶାଯାଇଛି “ମୃତଦେହକୁ ଗଙ୍ଗା ନଦୀରେ ଭସାଇବା କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟର ମିସନର ସ୍ୱଚ୍ଛ ଗଙ୍ଗା ପ୍ରୋଜେକ୍ଟର ଖୋଲାଖୋଲି ଉଲ୍ଲଘଂନ ହୋଇଛି ।” ତେଣୁ ୪ ସପ୍ତାହ ମଧ୍ୟରେ ଏହାର ତଦନ୍ତ ରିପୋର୍ଟ ଦେବାକୁ ବିହାର ଓ ୟୁପି ସହିତ ବିଭାଗୀୟ କେନ୍ଦ୍ରୀୟ ସଚିବଙ୍କୁ ମଧ୍ୟ ନୋଟିସ କରିଛି ମାନବାଧିକାର କମିସନ । ସୂଚନା ଥାଉକି ଗଙ୍ଗାନଦୀରେ ଏତେଗୁଡିଏ ଶବ ଭାସିବା ନେଇ ଅଭିଯୋଗ ହେବା ପରେ ଜାତୀୟ ମାନବାଧିକାର କମିସନ ଏହି ନୋଟିସ ଜାରି କରିଛନ୍ତି ।






