Wednesday, June 10, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଧର୍ମାନ୍ତରୀକରଣ ହୋଇଥିବା ମହିଳାର ଶବ ସତ୍କାର କୁ ନେଇ ବିବାଦ

by ସଞ୍ଜୟ ସ୍ୱାଇଁ
May 13, 2021
in Lifestyle, State
ଧର୍ମାନ୍ତରୀକରଣ ହୋଇଥିବା  ମହିଳାର ଶବ ସତ୍କାର କୁ ନେଇ ବିବାଦ
129
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): ହଜିଗଲା ମଣିଷ ଭିତରେ ମାନବିକତା ଓ ନିଜ ଲୋକ ହିଁ ଭୁଲିଗଲେ ମଣିଷ ପଣିଆ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉମରକୋଟ ଅଞ୍ଚଳରେ । ଜଣେ ମହିଳା ସ୍ୱଧର୍ମକୁ ତ୍ୟାଗ କରି ଖ୍ରୀଷ୍ଟିଆନ ହୋଇଥିଲେ । ତାଙ୍କ ମୃତ୍ୟୁ ହେବା ପରେ, ସହରରେ ତିନି ରୁ ଉଦ୍ଧ୍ୱର୍ ସେମାନଙ୍କ ପାଇଁ ଶ୍ମଶାନ ଥିବା ସତ୍ୱେ ଚର୍ଚ୍ଚ ରେ ପଞ୍ଜିକରଣ ହୋଇ ନ ଥିବା ଦର୍ଶାଇ କବର ଦେବା ପାଇଁ ପ୍ରଥମେ ବାରଣ କରା ଯାଇଥିଲା। ମୃତକଙ୍କୁ ହିନ୍ଦୁ ମାନେ ବ୍ୟବହାର କରୁଥିବା ଏକ ଶବଦାହ ସ୍ଥାନ ରେ କବର ଦେବା ପାଇଁ ଚେଷ୍ଟା କରୁଥିବା ବେଳେ ହିନ୍ଦୁ ମାନେ ବିରୋଧ କରିଛନ୍ତି। ସେମାନଙ୍କ କହିବା ଅନୁଶାରେ ଖ୍ରୀଷ୍ଟିଆନ ମାନଙ୍କ ତିନୋଟି କବରସ୍ଥାନ ରହିଛି, ସେମାନେ ଆମ ଶବଦାହ ସ୍ଥାନ ରେ କବର ଦେବା ଉଚିତ ନୁହେଁ । ଧର୍ମାନ୍ତରୀକରଣ ପରେ, ସେମାନଙ୍କ ସଂପ୍ରଦାୟର ଲୋକଙ୍କ ବାରଣ ପରେ ପୁନଃ ଆମ ଶବଦାହ ସ୍ଥାନ କୁ ବ୍ୟବହାର କରିବାକୁ ଅପଚେଷ୍ଟା କରିବା ଠିକ୍ କି ବୋଲି ହିନ୍ଦୁ ମାନେ ପ୍ରଶ୍ନ କରିଛନ୍ତି। ନିଜ ଧର୍ମ ର ଶ୍ମଶାନ ରେ ସ୍ଥାନ ମିଳି ନ ଥିବା ପ୍ରସଙ୍ଗ ରେ ହିନ୍ଦୁ ମହାସଂଘ ନବରଙ୍ଗପୁର ସଂଯୋଜକ ପେଣ୍ଡରା ପ୍ରସାଦ ନାୟକ ଗଭୀର ଉଦବେଗ ପ୍ରକାଶ କରିଛନ୍ତି, କିନ୍ତୁ ଯେକୌଣସି ପରିସ୍ଥିତିରେ ମଧ୍ୟ ହିନ୍ଦୁ ଶବଦାହ ସ୍ଥାନର ବିଶେଷତ୍ୱ ଏବଂ ପବିତ୍ରତା କୁ କ୍ଷୁର୍ଣ୍ଣ କରିବାକୁ ଦିଆ ଯିବ ନାହିଁ ବୋଲି କହିଛନ୍ତି। ଏଭଳି ଅଭାବନୀୟ ପରିସ୍ଥିତି ପାଇଁ ସେ ଅବୈଧ ଧର୍ମାନ୍ତରୀକରଣ କରୁଥିବା ଲୋକ ମାନଙ୍କୁ ଦାୟୀ କରିଛନ୍ତି।ଯେହେତୁ ମହିଳା ଜଣକ ନିଜ ସ୍ୱଧର୍ମକୁ ତ୍ୟାଗ କରି ଦେଇଥିଲେ, ସେ ଗ୍ରହଣ କରିଥିବା ଧର୍ମ ଅନୁସାରେ ନ୍ୟାୟ ସଙ୍ଗତ ତାଙ୍କ ଶବ ସତ୍କାର କରାଯାଉ ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି। ନିଜ ଧର୍ମର କବର ସ୍ଥାନ ରେ ଶବ କୁ ପୋତିବାକୁ ନ ଦେବା କାର୍ୟ୍ୟ କୁ ଲୋକେ ନା ପସନ୍ଦ କରିଛନ୍ତି। ପରବର୍ତ୍ତୀ ପର୍ୟ୍ୟାୟରେ ପ୍ରଶାସନିକ ଅଧିକାରୀ ଓ ପୋଲିସ ଅଧିକାରୀମାନଙ୍କ ହସ୍ତକ୍ଷେପ ପରେ, ଲୋକଙ୍କ ମଧ୍ୟରେ ଆପସ ବୁଝାମଣା ପରେ ଝରିଗାଁ ରାସ୍ତା ପାଶ୍ୱର୍ରେ ଥିବା ଏକ ସର୍ବସାଧାରଣ ବ୍ୟବହୃତ ସ୍ଥାନ ରେ ଶବକୁ କବର ଦିଆଯାଇଥିଲା ।

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!