Saturday, June 20, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କରୋନାକୁ ପରାସ୍ତ କଲେ ୯୮ ବର୍ଷିୟା ବୃଦ୍ଧା

by ସଞ୍ଜୟ ସ୍ୱାଇଁ
May 13, 2021
in Health, State
କରୋନାକୁ ପରାସ୍ତ କଲେ ୯୮ ବର୍ଷିୟା ବୃଦ୍ଧା
162
VIEWS
Share on FacebookShare on Twitter

ଭୁବନେଶ୍ୱର (ବାଘୁଆବାର୍ତ୍ତା): କୋଭିଡ-୧୯ର ଦ୍ୱିତୀୟ ଲହରୀକୁ ନେଇ ସାରା ଭାରତବାସୀ ଏବେ ଭୟଭିତ । ଲକଡାଉନ ଓ ସଟଡାଉନ ଭିତରେ ସମସ୍ତେ ଏବେ ଗୃହବନ୍ଦୀ । କିଏ ପୁଣି କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଏ ସମସ୍ତ ଭୟ ଓ ଆଶଙ୍କା ଓ ସଂକ୍ରମଣ ମଧ୍ୟରେ ଆସିଛି ଏକ ଖୁସିର ଖବର । କରୋନାକୁ ପରାସ୍ତ କରିଛନ୍ତି ୯୮ ବର୍ଷିୟା ଜଣେ ବୃଦ୍ଧା । ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳର ଅନ୍ନପୂର୍ଣ୍ଣା ବିଶ୍ୱାଳ ନାମକ ଏହି ବରିଷ୍ଠ ନାଗରିକ ଜଣକ ଗତ ମେ ୫ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ । ବୟାସାଧିକ ଜନିତ ଅନେକ ବ୍ୟାଧି ଯେପରିକି ଫାଇଲେରିଆ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ସେ ପୀଡିତ ଥିବାବେଳେ କରୋନା ସଂକ୍ରମିତ ହେବାପରେ ସେ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ତାଙ୍କ ପରିବାର ଲୋକେ ତାଙ୍କୁ ସମ କୋଭିଡରେ ଭର୍ତି କରାଇଥିଲେ । ତେବେ ସମ କୋଭିଡ ହସ୍ପିଟାଲର ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କର୍ମୀ ଓ କର୍ମକର୍ତାଙ୍କ ଅପ୍ରାଣ ଉଦ୍ୟମ, ସେବା ଯତ୍ନ ଓ ଚିକିତ୍ସା ଫଳରେ ଅନ୍ନପୂର୍ଣ୍ଣା ସୁସ୍ଥ ହୋଇ ଘରକୁ ଫେରିଥିବାର ତାଙ୍କ ପୁଅ କୂଳମଣି ବିଶ୍ୱାଳ କହିଛନ୍ତି । ଜେଜେମା ଘରକୁ ଫରିବା ପରେ ଖୁସିରେ ଆତ୍ମହରା ହୋଇ ଉଠିଛନ୍ତି ନାତି ରାକେଶ ବିଶ୍ୱାଳ ଓ ନାତୁଣୀ ବୋହୁ ରଜଶ୍ରୀ ବିଶ୍ୱାଳ । କରୋନା ହେବା ପରେ ଜେଜେମା ଆଉ ଘରକୁ ଫେରିବେ ବୋଲି ଆମେ ବିଶ୍ୱାସ କରିନଥିଲୁ କିନ୍ତୁସେ ସୁସ୍ଥ ହୋଇ ଫେରିବା ପରେ ଖୁସିରେ ଆତ୍ମହରା ହୋଇ ଉଠିଛୁ ବୋଲି ନାତି ରାକେଶ । ସେହିପରି ହସ୍ପିଟାଲର ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ କାର୍ଯ୍ୟକର୍ତାଙ୍କ ସମେତ ରୋଗୀଙ୍କ ସମ୍ପର୍କୀୟଙ୍କୁ ସମ୍ପୂର୍ଣ୍ଣ ସୂଚନା ଦେଉଥିବା ହେଲ୍ପଲାଇନ କାର୍ଯ୍ୟକର୍ତାଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି ନାତୁଣୀ ବୋହୁ ରାଜଶ୍ରୀ ବିଶ୍ୱାଳ । ଜେଜେମାଙ୍କ ଖୁବ ସେବା କରାଯାଇଛି ଏବଂ ହେଲ୍ପଲାଇନ ପକ୍ଷରୁ ମଧ୍ୟ ତାଙ୍କ ସ୍ୱାସ୍ୟ ଅବସ୍ଥା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପରିବାରକୁ ଦିଆଯିବା ସହ ଅନେକ ସହଯୋଗ କରାଯାଉଥିବା ପ୍ରଶଂସା କରିଛନ୍ତି ରାଜଶ୍ରୀ ।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!