ନୟାଗଡ଼ (ବାଘୁଆବାର୍ତ୍ତା): ନୟାଗଡ଼ ଆହାର କେନ୍ଦ୍ର ସାଜିଛି ସାହାରା । ଲକଡାଉନ ସମୟରେ ଏଭଳି ଦୃଶ୍ୟ ଦେଖିବାକୁ ମଳିଛି ନୟାଗଡ଼ରେ । ଲକଡାଉନ ସମୟରେ ଜୀବିକା ହରାଇଥିବା କିଛି ଲୋକଙ୍କ ପାଇଁ ଆହାର ପାଲଟିଛି ସାହାରା । କିଛି ଗରିବ, ଅସହାୟ, ମାନବ ପାଇଁ ସହାୟ ହୋଇଛି ଏହି ଆହାର କେନ୍ଦ୍ର । ଲକଡାଉନ ଯୋଗୁଁ କାହା ପାଖରେ ଟଙ୍କା ସରିଯାଇଛିତ କାହା ପାଖରେ ଚାକିରୀ ନାହିଁ । ହୋଟେଲ ମଧ୍ୟ ବନ୍ଦ ରହିଛି । ଏହି ସମୟରେ ଆହାର କେନ୍ଦ୍ରରେ ୫ଟଙ୍କିଆ ଭାତ ଡାଲମା ଖାଇବାକୁ ଲୋକଙ୍କ ମଧ୍ୟରେ ଭିଡ ଜମୁଛି । ଏପରିକି ଆହାର କେନ୍ଦ୍ରରୁ ପାର୍ସଲ ବି ନେଉଛନ୍ତି । ନୟାଗଡ଼କୁ ମେଡିକାଲ ଆସୁଥିବା ଅନେକ ରୋଗୀଙ୍କ ପାଇଁ ଆହାର କେନ୍ଦ୍ର ହୋଇଛି ଶାହାଭରସା ।





