ନୟାଗଡ଼ (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ ପୁଲିସ ଅଦଳ ବଦଳକୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଜୋର ରହିଥିଲା । ଆଜି ଏହାର ପରିସମାପ୍ତି ଘଟିଛି । ଆରକ୍ଷି ଅଧିକ୍ଷକ ସୀଦ୍ଧାର୍ଥ କଟରିଆ ଆଜି ୧୧ ଜଣ ପୁଲିସ ଅଧିକାରୀଙ୍କର ବଦଳି କରିଛନ୍ତି । ସୂଚନାମୁତାବକ ଶରଣକୁଳ ଥାନାରେ ଥିବା ବିମଲ କୁମାର ମଲ୍ଲୀକଙ୍କୁ ଗଣିଆ ଥାନାକୁ ବଦଳି କରାଯାଇଛି, ସେହିପରି ଜିଲ୍ଲା ହେଡକ୍ୱାର୍ଟରରେ ଥିବା ଇନିସପେକ୍ଟର ପୂର୍ଣ୍ଣଚନ୍ଦ୍ର ପଟାୟତଙ୍କୁ ଶରଣକୁଳ ଥାନାକୁ ବଦଳି କରାଯାଇଛି । ଇଟାମାଟି ଥାନାରେ ଥିବା ଇନିସପେକ୍ଟର ଦୀପକ କୁମାର ଖଣ୍ଡାୟତରାୟଙ୍କୁ ନୟାଗଡ଼ ସଦର ପୁଲିସ ଷ୍ଟେସନକୁ ବଦଳି କରାଯାଇଛି । ହେଡକ୍ୱାର୍ଟରରେ ଥିବା ଇନିସପେକ୍ଟର ବିଶ୍ୱପ୍ରକାଶ ପଟ୍ଟନାୟକଙ୍କୁ ଡିସିଆରବି ଭାବେ ଦାୟିତ୍ୱ ଦିଆଯାଇଛି । ଇନିସପେକ୍ଟର ନିଶାମଣି ମହାନ୍ତିଙ୍କୁ ଡିଏଚଆରପିସି ଭାବେ ନିଯୁକ୍ତି ଦିଆଯାଇଛି । ଇନିସପେକ୍ଟର ଚନ୍ଦ୍ରମଣି ହୋତାଙ୍କୁ ଡିଆଇବି ଦାୟିତ୍ୱ ଦିଆଯାଇଛି । ଇଟାମାଟି ଥାନାରେ ଥିବା ବସନ୍ତ କୁମାର ସାହୁଙ୍କୁ ଇଟାମାଟି ଥାନାର ଭାରପ୍ରାପ୍ତ ଦାୟିତ୍ୱ ଦିଆଯାଇଛି । ଗଣିଆ ଥାନାରେ ଥିବା ଅଧିକାରୀ ଜୟ ପ୍ରକାଶ ପରିଡାଙ୍କୁ ଦଶପଲ୍ଲା ଥାନାର ଭାରପ୍ରାପ୍ତ ଦାୟିତ୍ୱ ଦିଆଯାଇଛି । ସେହିପରି ଭାବେ ଚାନ୍ଦପୁର ଥାନାରେ ଥିବା ସଞ୍ଜୟ କୁମାର ମଲ୍ଲିକଙ୍କୁ ନୟାଗଡ ଥାନାକୁ ବଦଳି କରାଯାଇଛି । ଏଏସଆଇ ଦିଲ୍ଲୀପ କୁମାର ସେଠିଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଛି । ଇଟମାଟି ଥାନାରେ ଥିବା ଏଏସଆଇ ପ୍ରଭାତ କୁମାର ସୁବୁଦ୍ଧିଙ୍କୁ ବାଣିଗୋଛା ଥାନାକୁ ବଦଳି କରାଯାଇଛି ।






