ନୂଆଦିଲ୍ଲୀ (ବାଘୁଆବାର୍ତ୍ତା): ଦେଶରେ ଅଣାୟତ୍ତ ହେଲାଣି କରୋନା ସ୍ଥିତି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଏହାକୁ ଦୃଷ୍ଟିରେ ରଖି ୨ ରୁ ୧୮ ବର୍ଷ ବୟସ୍କଙ୍କୁ ଟିକା ଟ୍ରାଏଲ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଭାରତ ବାୟୋଟେକକୁ କ୍ଳିନିକାଲ ପରୀକ୍ଷା ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ଭାରତ ବାୟୋଟେକକୁ କୋଭାକ୍ସିନ ଟିକା ଟ୍ରାଏଲ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଦ୍ୱିତୀୟ ଓ ତୃତୀୟ ଫେଜ ଟ୍ରାଏଲ ପାଇଁ ଡିସିଜିଆଇ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି । ୫୨୫ ଜଣ ସୁସ୍ଥ ସ୍ୱେଚ୍ଛାସେବୀଙ୍କ ଠାରେ ଏହି ପରୀକ୍ଷା କରାଯିବ ବୋଲି ଜଣାପଡିଛି । କରୋନା ଶିଶୁ ମଧ୍ୟ ସଂକ୍ରମିତ ହେଉଥିବାରୁ ସେମାନଙ୍କ ଟିକାକରଣ ନିମନ୍ତେ ଯୋଜନା କରାଯାଇଛି । ଏହାକୁ ଆଖିଆଗରେ ରଖି ୨ ରୁ ୧୮ ବର୍ଷର ପିଲାଙ୍କ ଠାରେ କୋଭାକ୍ସିନର ପ୍ରୟୋଗ ନେଇ ବିଶେଷଜ୍ଞମାନେ ସୁପାରିଶ କରିଛନ୍ତି । ଏହା ଆଧାରରେ ଫେଜ ୨ ଓ ଫେଜ ୩ ପରୀକ୍ଷଣ ନିମନ୍ତେ ଭାରତ ବାୟୋଟେକ ଘୋଷଣା କରିଛି ।






