ନୟାଗଡ଼ (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାରେ କରୋନାର ସ୍ଥିତି ଦିନକୁଦିନ ବୃଦ୍ଧି ପାଉଛି । ଅନ୍ୟ ଏକ ପକ୍ଷେ ପ୍ରଶାସନ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ଏହା ମଧ୍ୟରେ ଆଜି ଭର୍ଚୁଆଲ ମାଧ୍ୟମରେ କେନ୍ଦ୍ରାଞ୍ଚଳ ଆରଡିସି ତଥା ଜିଲ୍ଲା କୋଭିଡ ପର୍ଯ୍ୟବେକ୍ଷକ ଅନୀଲ କୁମାର ସାମଲ କରୋନାର ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି । ଉକ୍ତ ଭର୍ଚୁଆଲରେ ଜିଲ୍ଲାପାଳ ଡ. କୋମା ଟୁଡୁ, ବନଖଣ୍ଡ ଅଧିକାରୀ ଧନରାଜ ଏଚଡି, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଶ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶକ୍ତିପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲାର ପରିସ୍ଥିତି କିଭଳି ଅଛି ଏହା ସମୀକ୍ଷା କରିଥିଲେ । ଆବଶ୍ୟକ ଅନୁଯାୟୀ ଅକ୍ସିଜେନ ସିଲିଣ୍ଡର ମହଜୁଦ ଅଛି କି ନାହିଁ, କେତେ ପରିମାଣରେ ଟିକା ରହିଛି ଏହା ଉପରେ ସମୀକ୍ଷା କରିବା ସହ ଯେଉଁମାନେ ପ୍ରଥମ ଟିକା ନେଇ ସାରିଛନ୍ତି ସେମାନେ କିପରି ଦ୍ୱିତୀୟ ଟିକା ସଠିକ ସମୟରେ ନେଇ ପାରିବେ ଏଥିପ୍ରତି ଧ୍ୟାନ ଦେବା ପାଇଁ ସାମଲ ଗୁରୁତ୍ୱ ଦେଇଥିଲେ । ଗ୍ରାମାଞ୍ଚଳରୁ ସହର ପର୍ଯ୍ୟନ୍ତ କରୋନା ଉପରେ ନଜର ରଖିବା ପାଇଁ ପରାମର୍ଶ ଦେଇଛନ୍ତି । ଜିଲ୍ଲାର କୋଭିଡ ସେଲ, ଡାକ୍ତରି ଟିମ ଓ ଏନଫୋର୍ସମେଣ୍ଟ କିପରି କଡାକଡି ହେଉଛି ଏହା ଉପରେ ନଜର ରଖିବା ପାଇଁ କହିଛନ୍ତି । ମୁଖ୍ୟତଃ ଗୃହ ସଂଘରୋଧରେ ଥିବା ରୋଗୀ ମାନଙ୍କୁ କିପରି ସଠିକ ସମୟରେ ତାଙ୍କୁ ସେବା ଯୋଗାଇ ଦିଆଜିବ ସେଥିପ୍ରତି ଧ୍ୟାନ ଦେବା ପାଇଁ କହିଛନ୍ତି । ଜିଲ୍ଲାରେ ଅଧିକ ପରୀକ୍ଷା ପାଇଁ ଗୁରୁତ୍ୱ ଦିଆଯାଇଛି । ଛୋଟ ଛୋଟ ଅଞ୍ଚଳକୁ ନେଇ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରିବାକୁ ପରାମର୍ଶ ଦିଆଯାଇଛି । ଯେଉଁମାନେ ବାହାର ରାଜ୍ୟରୁ ଆସୁଛନ୍ତି ସେମାନଙ୍କ ପାଇଁ କିଭଳି ନଜର ରଖିବେ ସେଥିପ୍ରତି ଗୁରୁତ୍ୱ ଦେବା ସହ କଷ୍ଟ ଟିଏମସି ଉପରେ ଗୁରୁତ୍ୱ ଦିଆଯାଇଛି । ମୁଖ୍ୟତଃ ବ୍ଳକ ପ୍ରଶାସନ ଓ ପଞ୍ଚାୟତ ପ୍ରତିନିଧି ମାନଙ୍କ ସହିତ ସହଯୋଗ କରି ପରିସ୍ଥିତିକୁ ନିୟନ୍ତ୍ରିତ କରିବା ପାଇଁ ପରାମର୍ଶ ଦିଆଯାଇଛି । ଯେତେ ପରିମାଣରେ ଲୋକମାନଙ୍କୁ ସଚେତନତା କରାଯାଇ ପାରିବ ସେତେ ଶୀଘ୍ର କରୋନା ଦୁରେଇଯିବ ବୋଲି ଆରଡିସି ଅନୀଲ କୁମାର ସାମଲ ପରାମର୍ଶ ଦେଇଛନ୍ତି ।






