ନୟାଗଡ଼ ,(ବାଘୁଆବାର୍ତ୍ତା): ମହାମାରୀ କରୋନାକୁ ଦୃଷ୍ଟି ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଳିତ ମାସ ୧୦ତାରିଖରୁ କରୋନା ଭ୍ୟାକସିନର ସେକେଣ୍ଡ ଡୋଜ୍ ଟିକାକରଣ ଆରମ୍ଭ ହୋଇଛି । ଆଜି ଜିଲ୍ଲାର ୫ଟି ସ୍ଥାନରେ ୪୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ବିଶେଷମାନଙ୍କୁ ଟିକାକରଣ କରାଯାଇଥିବା ବେଳେ ଆସନ୍ତା କାଲି ୨ଟି ସ୍ଥାନରେ ଟିକାକରଣ କରାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଏହି ୨ଟି ସ୍ଥାନ ହେଲା ଦଶପଲ୍ଲା ବ୍ଲକର ଚଡେୟାପଲ୍ଲୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଓଡ଼ଗାଁ ବ୍ଲକର ଉଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆସନ୍ତା କାଲି ଅର୍ଥାତ୍ ୧୩ତାରିଖ ଦିନ ସକାଳୁ ଭ୍ୟାକସିନର ସେକେଣ୍ଡ ଡୋଜ୍ ଟିକାକରଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି ।





