ଓଡ଼ଗାଁ(ବାଘୁଆବାର୍ତ୍ତା):ଦଣ୍ଡୋର ମାଆ ପାଣିଷଣ୍ଢ ୟୁଥ କ୍ଲବ ଓ ମାଆ ଭଗବତୀ କ୍ଲବ ମିଳିତ ଆନୁକୂଲ୍ୟରେ ଆନୁଷ୍ଠାନିକ ଭାବେ ଏକ ଭଲିବଲ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇ ଯାଇଛି। ରାବରା ଗ୍ରାମପଞ୍ଚାୟତ ପ୍ରଭାରୀ ଦିବାକର ପଣ୍ଡା ଏହି ଟୁର୍ଣ୍ଣାମେଣ୍ଟକୁ ଉଦ୍ଘାଟନ କରି ଖେଳାଳିମାନଙ୍କୁ ପ୍ରୋତ୍ସାହନ ଦେଇଥିଲେ। ଆଜିର ଉଦଘାଟନୀ ପ୍ରତିଯୋଗିତାରେ ମାଆ ପାଣିଷଣ୍ଢ ଟିମ ଜଳେଶ୍ବର ଟିମକୁ ଭେଟିଥିଲେ। ମାଆ ପାଣିଷଣ୍ଢ ଟିମର କପ୍ତାନ ଦେବାଶିଷ ସାହାଣୀ ଭଲ ଖେଳ ପ୍ରଦର୍ଶନ କରି ଜଳେଶ୍ବର ଟିମ କୁ ୨:୦ ରେ ପରାସ୍ତ କରିଥିଲେ। ପ୍ରଥମ ମ୍ୟାଚରେ ୧୪:୮ ଏବଂ ଦ୍ଵିତୀୟ ମ୍ୟାଚରେ ୧୪:୫ ପଏଣ୍ଟ ପାଇ ପାଣିଷଣ୍ଢ ଟିମ ବିଜୟୀ ଘୋଷିତ ହୋଇଥିଲେ। ପ୍ରତ୍ୟୁଷ ରାଉତ ରେଫରି ଭାବରେ ନିଜର ଦାୟିତ୍ୱ ନିଷ୍ପାଦନ କରିଥିଲେ। ଦେବୀପ୍ରସାଦ ସାହାଣୀ, କାଳିଆ ବେହେରା,ଗଣେଶ ଦାଶ, ସୁଶାନ୍ତ କୁମାର ବିଶୋଇ ଓ ଅନ୍ୟମାନେ କାର୍ୟ୍ୟକ୍ରମ ଆୟୋଜନ କରି ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।






