ନୟାଗଡ଼ ,(ବାଘୁଆବାର୍ତ୍ତା): ମହାମାରୀ କରୋନା ଯେଉଁଭଳି ଭାବେ କାୟା ବିସ୍ତାରି ଚାଲିଛି ସେହିଭଳି ଏହାର ସୁଯୋଗରେ ବ୍ରାଉନ୍ ସୁଗାର ବ୍ୟବସାୟୀଙ୍କର ମଧ୍ୟ ବ୍ୟବସାୟ ବଢିବାରେ ଲାଗିଛି । ଜିଲ୍ଲାର କୋଣ ଅନୁକୋଣରେ ବ୍ରାଉନ୍ ସୁଗାର ବ୍ୟବସାୟ ହେଉଥିବା ଜଣାପଡିଛି । କେଉଁଠି ଧରା ହେଉଛି ତ ଆଉ କେଉଁଠି ଚୋରା ଲୁଚାରେ ବ୍ୟବସାୟ ହେଉଥିଲେ ମଧ୍ୟ ଅବକାରୀ ବିଭାଗ ପାଖରେ ଖବର ନଥିବା ସୂଚନା ମିଳିଛି । ଏହାରି ଭିତରେ ପୁଲିସ ପ୍ରଶାସନ ତତପରତା ଦେଖାଇ ଚଢଉ ଜାରି ରଖିଛି । ଆଜି ସକାଳୁ ପୁଲିସ ବିଶେଷ ସୁତ୍ରରୁ ଖବର ପାଇ ଖଳିସାହି ଦସଦୋଳ ପଡ଼ିଆ ଠାରେ ଚଢଉ କରି ଜଣେ ବ୍ରାଉନ୍ ସୁଗାର ବ୍ୟବସାୟୀ ଠାରୁ ବ୍ରାଉନ ସୁଗାର ଜବତ କରିବା ସହିତ ଗିରଫ୍ କରିଥିବା ଜଣାପଡିଛି । ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ଖଳିସାହି ଦଶଦୋଳ ପଡ଼ିଆ ଠାରେ ବ୍ରାଉନ୍ ସୁଗାର ବ୍ୟବସାୟ ହେଉଥିବା ନେଇ ଖଣ୍ଡପଡ଼ା ପୁଲିସ୍ ବିଶେଷ ସୁତ୍ରରୁ ଖବର ପାଇ ଚଢଉ କରିଥିଲା । ଚଢଉ ସମୟରେ ବ୍ରାଉନ ସୁଗାର ବ୍ୟବସାୟୀ ବିରଞ୍ଚି ରଣା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ୧ଗ୍ରାମ ୨୫୦ମିଲିଗ୍ରାମ ବ୍ରାଉନ୍ ସୁଗାର ଜବତ କରିବା ସହିତ ବ୍ୟବସାୟୀ ରଣାକୁ ଥାନାକୁ ଆଣି ପଚରାଉଚରା କରିଥିଲା । ଏନେଇ ଥାନାରେ କେସ୍ ନଂ ୯୧/୨୧ରେ ମାମଲା ଋଜୁ କରି ବିରଞ୍ଚି ରଣାକୁ ଗିରଫ୍ କରିଥିବା ନେଇ ଖଣ୍ଡପଡ଼ା ଥାନା ଅଧିକାରୀ ବିଶ୍ୱଜିତ୍ ରାଉତରାୟ ସୂଚନା ଦେଇଛନ୍ତି । ଏହି ଚଢଉରେ ଏସଆଇ ଶ୍ରଦ୍ଧା ନାୟକଙ୍କ ସମେତ ଥାନାର କର୍ମଚାରୀ ସାମିଲ ହୋଇଥିଲେ ।





