ନବରଙ୍ଗପୁର:-ନବରଙ୍ଗପୁର ସହରର ମଧ୍ୟ ଭାଗରେ ଥିବା ଛତ୍ରଭଟ ମଶାଣି ର ସଫେଇ କାର୍ୟ୍ୟ ପୋୖର ନିର୍ବାହି ଅଧିକାରୀ ଶ୍ରୀ ଗୌରଚନ୍ଦ୍ର ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଚାଲିଛି । କୋରନା ସମୟରେ ମଧ୍ୟ ସହରର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଛନ୍ତି ଶ୍ରୀ ପଟ୍ଟନାୟକ । ସହରର ବିଭିନ୍ନ ସ୍ଥାନ ସଫେଇ କରାଯିବା ସହ ଅବ୍ୟବସ୍ଥା ଭିତରେ ଥିବା ମଶାଣିର ସଫେଇ କାର୍ଯ୍ୟ ପୌର ପରିଷଦ ପକ୍ଷରୁ ଆରମ୍ଭ ହୋଇଥିବାରୁ ସବୁ ମହଲରୁ ସ୍ୱାଗତ କରାଯାଇଛି । କରୋନା ମହାମାରୀ ସଙ୍କଟରେ କର୍ମଚାରୀଙ୍କ ସ୍ୱଚ୍ଛତା କାର୍ଯ୍ୟକୁ ପ୍ରଶଂସା କାରଯାଇଛି ।






