ଭୁବନେଶ୍ୱର (ବାଘୁଆବାର୍ତ୍ତା): ବଜ୍ରକାପ୍ତାର ହେଲା କରୋନା ପରୀକ୍ଷା । ଘଟଣାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ମୟୁରଭଂଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଗହୀରପାଳ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ପୋଲିସର ଏକ ସ୍ପେସିଆଲ ସ୍କ୍ୱାଡ ଟିମ ସିଙ୍ଗୁ ବାସ୍କେ ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରି ୮ କେଜି ଓଜନର ବଜ୍ରକାପ୍ତା ଉଦ୍ଧାର କରିବା ସହ ସିଙ୍ଗୁଙ୍କୁ ଗିରଫ କରିଥିଲା ପୋଲିସ । ସିଙ୍ଗୁ କୋର୍ଟ ଚାଲାଣ ହେବା ପୂର୍ବରୁ କରୋନା ପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ ଆସିଥିଲା । ଖାଲି ସିଙ୍ଗୁ ନୁହେଁ ତାର ପରିବାର ମଧ୍ୟ କିଛି ଲୋକ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି । ଯେହେତୁ ବଜ୍ରକାପ୍ତାଟି ଅଭିଯୁକ୍ତ ଘରେ ୨ ଦିନ ରହିଥିଲା ତେଣୁ ବଜ୍ରକାପ୍ତାର ମଧ୍ୟ ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି ।






