ଭୁବନେଶ୍ୱର (ବାଘୁଆବାର୍ତ୍ତା): ରାଜସ୍ୱ ଓ ବିପର୍ଯ୍ୟସ୍ତ ପରିଚାଳନା ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ପୁଣି ମିଳିଛି ଅତିରିକ୍ତ ଦାୟିତ୍ୱ । ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ତୁଲାଇବେ ଶ୍ରୀ ସେଠୀ । ପୂର୍ବରୁ ତାଙ୍କୁ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଥିଲା । ଏହାକୁ ମିଶାଇ ଏବେ ସେ ତିନୋଟି ବିଭାଗର ଗୁରୁ ଦାୟିତ୍ୱ ବହନ କରିବେ । ଆଉ ଦୁଇଜଣ ଆଇଏଏସ ଅଧିକାରୀଙ୍କୁ ମଧ୍ୟ ନୂଆ ଦାୟିତ୍ୱ ମିଳିଛି ସଂଜୟ ସିଂହ ଭୁବନେଶ୍ୱର ମହାନଗର ନିଗମ କମିଶନର ହୋଇଥିବା ବେଳେ ସେ ସ୍ଥାନରେ ଥିବା ପ୍ରେମଚନ୍ଦ୍ର ଚୌଧୁରୀଙ୍କୁ ସାଧାରଣ ପ୍ରଶାସନ ବିଭାଗ ଓଏସଡି ଭାବେ ବଦଳି କରାଯାଇଛି ।






