ନୟାଗଡ଼, (ବାଘୁଆବାର୍ତ୍ତା): ମହାମାରୀ କରୋନା ଜିଲ୍ଲାରେ ହୁ ହୁ ହୋଇ ବଢିଚାଲିଛି । ଏହାକୁ ରୋକ୍ ଦେବା ପାଇଁ ପୂର୍ବରୁ ୪୫ବର୍ଷରୁ ଉର୍ଦ୍ଧ ବ୍ୟକ୍ତି ବିଶେଷମାନଙ୍କୁ କୋଭିଡ୍ ଭ୍ୟାକସିନ୍ ଦେବା ଆରମ୍ଭ ହୋଇଥିଲା । ତେବେ ଭ୍ୟାକସିନର ସେକେଣ୍ଡରେଡାଜ୍ ଦେବା ପାଇଁ ଜିଲ୍ଲା ପ୍ରଶାସନ ତତପରତା ଦେଖାଇଛି । ଜିଲ୍ଲାର ୫ଟି ସ୍ଥାନରେ ଆସନ୍ତାକାଲି କୋଭିଟ୍ ଟିକାକରଣ କରାଯିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ସୂଚନା ମିଳିଛି । ଦଶପଲ୍ଲା ବ୍ଲକର ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଗଣିଆ ବ୍ଲକର ଗଣିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଖଣ୍ଡପଡ଼ା ବ୍ଲକର ଖଣ୍ଡପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଓଡ଼ଗାଁ ବ୍ଲକର ଶରଣକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଓଡ଼ଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏହି ୫ଟି ସ୍ଥାନରେ କୋଭିଡ୍ ଟିକାକରଣ କରାଯିବ । ତେବେ ଯେଉଁ ବ୍ୟକ୍ତିମାନେ ୪୫ବର୍ଷରୁ ଉର୍ଦ୍ଧ ହୋଇଥିବେ ଏବଂ କୋଭିଡ୍-୧୯ର ସେକେଣ୍ଡ ଟିକା ନେବାକୁ ବାକି ଅଛି ସେମାନଙ୍କୁ ସେକେଣ୍ଡ ଡୋଜର କୋଭିଡ୍ ଟିକା ଦିଆଯିବ ବୋଲି ସୂଚନା ମିଳିଛି । ଦୁଇ ଦିନ ହେଲା ଜିଲ୍ଲାର ବିଭିନ୍ନ ସ୍ଥାନରେ ଟିକାକରଣ କରାଯାଇଛି ।





