ବଲାଙ୍ଗିର (ବାଘୁଆବାର୍ତ୍ତା): ବଜ୍ରପାତରେ ବଡ଼ ଯା’ଙ୍କ ମୃତ୍ୟୁ ଘଟିଥିବା ବେଳେ ସାନ ଯା’ ଗୁରୁତର ଆହତ ହୋଇଛନ୍ତି । ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଦର ଥାନା ବରକାନୀ ଗାଁରେ । ସବୁଦିନ ଭଳି ଆଜି ପାଣିବୁଡି ମେଶ୍ୱ।। ଓ ତାଙ୍କ ସାନ ଯା’ ଭୂମି ସୁତା ମେଶ୍ୱା ସାଙ୍ଗ ହୋଇ ଗାଧେେଇବା ପାଇଁ ପୋଖରୀକୁ ଯାଇଥିଲେ । ଏହି ସମୟରେ ହଠାତ ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ । କିଛି ଭାବିବା ପୂର୍ବରୁ ଝଡତୋଫାନ ସହ ବଜ୍ରପାତ ହୋଇଥିଲା । ଦୁଇ ଜା’ ପୋଖରୀ ପାଖରେ ଛିଡା ହୋଇଥିବା ବେଳେ ହଠାତ ବଜ୍ରପାତ ହୋଇଥିଲା । ଫଳରେ ପାଣିବୁଡି ମେଶ୍ୱାଙ୍କ ମୃତ୍ୟୁ ଘଟିଥିବା ବେଳେ ସାନ ଯା’ ଭୂମି ସୂତା ମେଶ୍ୱା ଚେତା ହରାଇ ତଳେ ପଡି ଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ସେପଟେ ପୁଲିସ ବଡ଼ ଯା’ଙ୍କ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।






