Friday, June 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆରଟିପିସିଆର ଟେଷ୍ଟିଂ ଲ୍ୟାବ୍ ପାଇଁ ୧୬ଜିଲ୍ଲାକୁ ୨୦କୋଟି:ମୁଖ୍ୟମନ୍ତ୍ରୀ

by ସଞ୍ଜୟ ସ୍ୱାଇଁ
May 11, 2021
in Breaking, State
୬ରାଜ୍ୟକୁ ଅକ୍ସିଜେନ ଦେଲେ ନବୀନ ସରକାର
122
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ସବୁଠାରୁ ବଡ଼ ଖବର । ୧୬ଟି ଜିଲ୍ଲାରେ ନିର୍ମାଣ ହେବ ଆରଟିପିସିଆର ଟେଷ୍ଟିଂ ଲ୍ୟାବ୍ । ସେଥିପାଇଁ ରାଜ୍ୟ ସରକାର ୨୦କୋଟି ଟଙ୍କା ମଞ୍ଜୁରୀ କରିଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । କୋଭିଡ୍ ଲଢେଇରେ ରୋଗୀର ଶୀଘ୍ର ପରୀକ୍ଷା ସଂକ୍ରମଣକୁ ରୋକିବାରେ ବିଶେଷ ଗୁରୁତ୍ୱ ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ୧୬ଟି ଜିଲ୍ଲା ଯଥା- ଭଦ୍ରକ, ବୌଦ୍ଧ, ଢେଙ୍କାନାଳ, ଗଜପତି, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ନବରଙ୍ଗପୁର, ମାଲକାନଗିରି, ନୂଆପଡ଼ା, ସୋନପୁର, କନ୍ଧମାଳ, ସୁନ୍ଦରଗଡ଼, ବରଗଡ଼ ଓ ରାୟଗଡ଼ା ଜିଲ୍ଲାର ସଦର ମହକୁମାରେ ଗୋଟିଏ ଗୋଟିଏ ଆରଟିପିସିଆର ଟେଷ୍ଟିଂ ଲ୍ୟାବ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦କୋଟି ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁରୀ କରିଛନ୍ତି । ଏହି ଟେଷ୍ଟିଂ କେନ୍ଦ୍ର ଗୁଡିକରେ ସବୁଦିନ ଲୋକଙ୍କୁ ସେବା ଯୋଗଇ ଦିଆଯିବ । ଏଥିନିମନ୍ତେ ପ୍ରତି ଜିଲ୍ଲାରେ ଜଣେ ଲେଖାଏଁ ମାଇକ୍ରୋବାୟୋଲୋଜିଷ୍ଟ ଓ ୩ଜଣ ଲ୍ୟାବ୍ ଟେକ୍ନିସିଆନଙ୍କୁ ନିୟୋଜିତ କରାଯିବ । କରୋନା ସଂକ୍ରମଣକୁ ରୋକିବା ଓ ତୁରନ୍ତ ଚିକିତ୍ସା ସେବା ଆରମ୍ଭ କରିବାରେ ଏହା ବିଶେଷ ସହାୟକ ହେବ ବୋଲି ସୂଚନା ମିଳିଛି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!